Only for Entertainment

ଏଠାରେ ମିଳେ ଏଭଳି ଆଇସକ୍ରିମ, ଯାହା କେବେ ତରଳେ ନାହିଁ !

panjab keshri
0 33

ୟୁରୋପ ଏବଂ ଏସିଆର ବଡରରେ ଥିବା ଦେଶ ତୁର୍କୀ ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ ରହିଛି । କିନ୍ତୁ ଏଠାରେ କିଛି ଏଭଳି ଆଇସକ୍ରିମ ମିଳୁଛି, ଯାହା ଶୀଘ୍ର ତରଳୁ ନାହିଁ । ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ ମାତ୍ର ଏହା ସତ୍ୟ ଅଟେ । ଖାସ କଥା ହେଉଛି ଏହି ଆଇସକ୍ରିମ ଆପଣଙ୍କୁ ଏମିତି ମିଳିବ ନାହିଁ, ଏହାକୁ ଖାଇବା ପାଇଁ ଖୁବ କସରତ କରିବାକୁ ପଡିଥାଏ । ଏହି ଆଇସକ୍ରିମ କେବଳ ତୁର୍କୀରେ ମିଳେ ଏବଂ ଏହାକୁ ଖାଇବା ପୂର୍ବରୁ ଆପଣ ଲୁଚା ଛପା ଖେଳ ଖେଳିବା ପରେ ହିଁ ଏହି ଆଇସକ୍ରିମ ମିଳିଥାଏ ।

ତୁର୍କୀର ଏହି ଆଇସକ୍ରିମ ଖୁବ ସ୍ପେଶାଲ ଅଟେ କାରଣ ଏହି ଆଇସକ୍ରିମ ଅନ୍ୟ ଆଇସକ୍ରିମ ଭଳି ଜଲଦି ତରଳି ନଥାଏ । ଏହି ଆଇସକ୍ରିମର ପ୍ରସ୍ତୁତି ଏବଂ ଖୁଆଇବା ଆରମ୍ଭ ହୋଇଥିଲା କହରମାନମରାସରେ । କିନ୍ତୁ ଏହା ଏବେ ଇସ୍ତାନବୁଲର ଲୋକପ୍ରିୟ ଅଟେ । ଏହାକୁ ଛେଳି କ୍ଷୀର ଏବଂ ଅରକିଡରେ ପ୍ରସ୍ତୁତ କରାଯାଇଥାଏ । ଏଠାରେ ଯେଉଁମାନେ ଏହାକୁ ବିକନ୍ତି ସେମାନେ ୪ବର୍ଷ ତାଲିମ ନିଅନ୍ତି ଏବଂ ଯେଉଁମାନେ ଏହି ଆଇସକ୍ରିମ ବିକନ୍ତି ସେମାନଙ୍କ ହାତରେ ଛାଲା ପଡିଯାଏ । ଏଠାରେ ୩୨ପ୍ରକାର ଆଇସକ୍ରିମ ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More