Only for Entertainment

‘ଫିଲ ମାଇଁ ଦିଲ’ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ ।

YouTube
0 104

ପ୍ରଥମ ଓଡିଆ ଫିଲ୍ମରେ ନିଜର କମାଲ ଦେଖାଇଛନ୍ତି ନବାଗତ ଅଭିନେତ୍ରୀ ଦିବ୍ୟା । ଦିବ୍ୟାଙ୍କୁ ପ୍ରଥମ ଥର ପାଇଁ ତରଙ୍ଗ ସିନେ ପ୍ରଡକ୍ସନର ‘ସୁନ୍ଦରଗଡର ସଲମାନ ଖାନ’ରେ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ନିଜର ପ୍ରଥମ ଫିଲ୍ମରେ ହିଁ ସେ ଦର୍ଶକଙ୍କ ହୃଦୟକୁ ଜିତି ନେଇଛନ୍ତି ।

ଇତି ମଧ୍ୟରେ ଦିବ୍ୟାଙ୍କୁ ଆଉ ଏକ ଓଡିଆ ଫିଲ୍ମର ଅଫର ମିଳିଯାଇଛି । ହେଲେ ଏଥର ସେ ବାବୁସାନଙ୍କ ବିପକ୍ଷରେ ନୁହେଁ ବରଂ ଆଉ ଜଣେ ଲୋକପ୍ରିୟ ନାୟକଙ୍କ ସାଥ ପାଇଛନ୍ତି । ସେହି ଅଭିନେତା ଜଣଙ୍କ ହେଉଛନ୍ତି ସମ୍ବିତ ।

image

ଦର୍ଶକ ଖୁବ ଶୀଘ୍ର ଆଗାମୀ ଓଲିଉଡ ଫିଲ୍ମ ‘ଫିଲ ମାଇଁ ଦିଲ’ରେ ସମ୍ବିତ- ଦିବ୍ୟାଙ୍କୁ ଦେଖିବାକୁ ପାଇବେ । ନିର୍ଦ୍ଦେଶକ ଶୈଳେନ୍ଦ୍ର ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ସେ ଏହା ପୂର୍ବରୁ ସେ ‘ଦେଲେ ଧରା କଥା ସରେ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଫିଲ ମାଇଁ ଦିଲ ହେଉଛି ଶୈଳେନ୍ଦ୍ରଙ୍କ ଦ୍ୱିତୀୟ ଫିଲ୍ମ ।

Sambit

ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ମୃତ୍ୟୁଞ୍ଜୟ ରାଉତ ଓ ପଙ୍କଜ ରାଉତ । ଏହି ସିନେମାରେ ସମ୍ବିତ ଏବଂ ଦିବ୍ୟାଙ୍କ ବ୍ୟତିତ ଆଉ ଜଣେ ନାୟିକାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେ ହେଉଛନ୍ତି ଏଲସା । ଏଲସା ଇତି ମଧ୍ୟରେ ‘ଦିପୁ ଦ ଡ୍ୟାନ୍ସ ବୟ’ ଓ ‘ଭୈରବ’ରେ ଦେଖିବାକୁ ମିଳିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ‘ଫିଲ ମାଇଁ ଦିଲ’ ଦେଉଛି ଏକ ତ୍ରୀକୋଣୀୟ ପ୍ରେମ କାହାଣୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More