Only for Entertainment

ସଲମାନଙ୍କ ପାଇଁ ପୁଣି ଆସିଲା ବିବାହ ପ୍ରସ୍ତାବ, ଏହି ଅଭିନେତ୍ରୀ କରିବାକୁ ଚାହାନ୍ତି ବିବାହ !

0 141

ବଲିଉଡର ଭାଇ ସଲମାନ ଖାନଙ୍କର ବୟସ ୫୦ବର୍ଷ ଟପି ସାରିଲାଣି ଏବଂ ଦେଶର ସବୁଠାରୁ ହ୍ୟାଣ୍ଡସମ ବ୍ୟାଚଲର ଅଟନ୍ତି ସଲମାନ, ଯାହାଙ୍କୁ ବିବାହ କରିବା ପାଇଁ ସାରା ଦୁନିଆର ମହିଳା ଚାହିଁ ବସିଛନ୍ତି । ସଲମାନ ବଲିଉଡର ଏଭଳି ଅଭିନେତା ଯାହାଙ୍କ ନାଁ ଚର୍ଚ୍ଚାରୁ କେବେ ହଟେ ନାହିଁ । ତାଙ୍କ ବିବାହକୁ ନେଇ ଅନେକ ଖବର ଆସିଲା ପରେ ମଧ୍ୟ ଏବେ ସେ ଅବିବାହିତ ଅଛନ୍ତି ।

ବଲିଉଡରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କୁ ବିବାହୂ କରିବା ଲାଗି ଚାହିଁ ବସିଛନ୍ତି ଏବଂ ସାକ୍ଷାତକାରରେ ସ୍ୱୀକାର ମଧ୍ୟ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ଅଭିନେତ୍ରୀଙ୍କ ସମ୍ପର୍କରେ ବତାଇବୁ ଯେ ସେ ମଧ୍ୟ ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଛନ୍ତି ।
ଉର୍ବଶୀ ରୌଟେଲା ବଲିଉଡର ନ୍ୟାଚୁରାଲ ବ୍ୟୁଟି ନାମରେ ଜଣାଶୁଣା, ଆଜିର ସମୟରେ କେହି ଏଭଳି ଅଭିନେତ୍ରୀ ନାହାନ୍ତି ଯେ ଉର୍ବଶୀଙ୍କୁ ମାତ୍ ଦେଇପାରିବେ ।

ଉର୍ବଶୀଙ୍କୁ ଯେତେବେଳେ ସଲମାନଙ୍କ ଅପକମିଂ ଫିଲ୍ମ ଟାଇଗର ଜିନ୍ଦା ହେ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା ସେହି ସମୟରେ ସେ ସଲମାନ ଖାନଙ୍କର ବହୁତ ତାରିଫ କରିଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More