Only for Entertainment

‘ବେଖୟାଲୀ’ ଗୀତରେ ଦେଖିବାକୁ ମିଳିଲା ଉର୍ବଶୀ ରୌତେଲାଙ୍କ ଜବରଦସ୍ତ ଅନ୍ଦାଜ, ଦେଖନ୍ତୁ ଭିଡିଓ

insta pic of urvashi
37

ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ୍ସ ଏବଂ ଗ୍ଲାମରସ ଅନ୍ଦାଜ ପାଇଁ ଖୁବ ପରିଚିତ । ସୋସିଆଲ ମିଡିଆରେ ସେ ନିତିଦିନ ଫ୍ୟାନ୍ସଙ୍କ ସହିତ କିଛି ନା କିଛି ସେୟାର କରିଥାନ୍ତି । ନିକଟରେ ଉର୍ବଶୀ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ‘କବିର ସିଂ’ ଗୀତ ‘ବେଖୟାଲୀ’ରେ ଏରିଅଲ ଡ୍ୟାନ୍ସ ଫର୍ମ କରୁଥିବାର ନଜର ଆସିଛନ୍ତି । ଉର୍ବଶୀଙ୍କ ଏହି ଜବରଦସ୍ତ ଅନ୍ଦାଜ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ଏକ ଘଣ୍ଟା ମଧ୍ୟରେ ଭିଡିଓକୁ ୩ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।

ଏହି ଭିଡିଓକୁ ଉର୍ବଶୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ସିଲ୍କରେ ଝୁଲିବା ହେଉଛି ଖୁସି, ଟ୍ୟାଗ କରନ୍ତୁ ଯେ ଏରିଅଲକୁ ଭଲପାଏ ।” ଉର୍ବଶୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More