Only for Entertainment

ମନା କରିବା ପରେ ଅଭିନେତ୍ରୀ ଜଣକ ରାତି ୨.୩୦ରେ ପିଜ୍ଜା ବୟଙ୍କ ସହ କଲେ ଜବରଦସ୍ତି, ପୁରୁଷତ୍ୱକୁ ନେଇ ସୋସିଆଲ ମିଡିଆରେ କହିଲେ କିଛି ଏଭଳି !

132

ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀ ଉଶନା ଶାହ ନିକଟରେ କିଛି ଟ୍ୱିଟ ଶେୟାର କରିଛନ୍ତି ଯାହା ପରେ ଟ୍ୱିଟରରେ ହଇଚଇ ସୃଷ୍ଟି ହୋଇଛି । ଗତ ରବିବାର ଅଭିନେତ୍ରୀ ନିଜ ଘରେ ହୋଇଥିବା ଏକ ଘଟଣା ବିଷୟରେ ଏଠାରେ ଶେୟାର କରିଛନ୍ତି ଯାହାପରେ ବ୍ୟବହାରକାରୀ ତାଙ୍କୁ ଖୁବ କଡାକଥା ଶୁଣାଇଛନ୍ତି ।

ଉଶନା କହିଛନ୍ତି ଯେ ଗତ ରବିବାର ସେ ଅର୍ଦ୍ଧରାତ୍ର ଅର୍ଥାତ ୨.୩୦ରେ ପିଜା ଅର୍ଡର କରିଥିଲେ ଏବଂ ଯେତେବେଳେ ସେ ପିଜ୍ଜା ବୟଙ୍କୁ ଘର ଭିତରେ ଯାଇ ପିଜ୍ଜା ରଖିବାକୁ କହିଥିଲେ , ଘର ଭିତରକୁ ଯିବା ପାଇଁ ପିଜ୍ଜା ବୟ ମୁହଁରେ ମନା କରିଦେଇଥିଲେ କାରଣ ସେ ଘର ଭିତରେ ଥିବା ପାଳିତ କୁକୁରକୁ ଦେଖି ଭୟ କରିଥିଲେ । ଏହାପରେ ଉଶନା ଡେଲିଭରୀ ବୟଙ୍କୁ ବୁଝାଇ କହିଥିଲେ କୁକୁର କାମୁଡିବ ନାହିଁ ,ତଥାପି ଏହା ଶୁଣି ଡେଲିଭରୀ ବୟ ଭିତରକୁ ଯାଇ ନଥିବା କହିଥିଲେ ଅଭିନେତ୍ରୀ ।

ଏହାପରେ ସେ ପିଜ୍ଜା ବୟଙ୍କ କହିଥିଲେ ଯେ ତୁମେ ୪ବର୍ଷର ଛୁଆ ନୁହଁ, ପୁରୁଷତ୍ୱ ଦେଖାଅ । ତା’ପରେ ହିଁ ପିଜ୍ଜା ବୟ ଘର ଭିତରକୁ ପ୍ରବେଶ କରିଥିଲେ । ଏହାସହ ଅଭିନେତ୍ରୀ ଜଣକ କହିଛନ୍ତି ଯଦିଓ ସେ ଘର ଭିତରକୁ ଆସିଯାଇଥାଆନ୍ତା କୁକୁର ଖାଲି ଭୋକି ଥାଆନ୍ତା ଏବଂ କିସ କରିଥାଆନ୍ତା ।

ତାଙ୍କର ଏହି କାହାଣୀ ଶୁଣି ଅଭିନେତ୍ରୀଙ୍କୁ ୟୁଜର୍ସ ଖୁବ ଶୁଣାଇଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଯେ ‘କ’ଣ ଇଏ ପାଗଳ ହୋଇଯାଇଛି କି ? ପିଜ୍ଜା ଡେଲିଭରୀ ବୟକୁ ହଇରାଣ କରୁଛି । ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ମଣିଷ ହୁଅ, ତୁମେ ଡେଲିଭରୀ ବୟଙ୍କୁ କିଣି ନେଇନ । ମଣିଷତ୍ୱ ଦେଖାଅ । ଏହିଭଳି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More