Only for Entertainment

ନିଜର ପ୍ରଡକ୍ସନ ହାଉସ ଖୋଲିବେ ବରୁଣ ଧୱନ ।

DNA India
0 28

ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ ନଜର ପ୍ରଡକ୍ସନ ହାଉସ ଖୋଲିଛନ୍ତି । ଏହି ତାଲିକାରେ ଏବେ ଅଭିନେତା ବରୁଣ ଧୱନଙ୍କ ନାମ ସାମିଲ ହେବାକୁ ଯାଉଛି । ଖବର ଅନୁସାରେ ଅଭିନେତା ବରୁଣ ଧୱନ ନିଜର ପ୍ରଡକ୍ସନ ହାଉସ ଖୋଲିବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ବରୁଣ ଧୱନ ପିତା ଡେଭିଡ ଧୱନ ଏବଂ ବଡ ଭାଇ ତଥା ଫିଲ୍ମ ମେକର ରୋହିତ ଧୱନଙ୍କ ସହିତ ମିଶି ନିଜର ପ୍ରଡକ୍ସନ ହାଉସ ଲଞ୍ଚ କରିବେ ।

pic

ଏହା ମଧ୍ୟ କୁହାଯାଉଛି ଯେ ବରୁଣ ଏବେ ନିଜର ପ୍ରଡକ୍ସନ ହାଉସ ପାଇଁ ପ୍ଲାନିଂ ଆରମ୍ଭ କରିଦେଇଛନ୍ତି । ବରୁଣଙ୍କ ଏହି ପ୍ରଡକ୍ସନ ହାଉସ ୨୦୧୯ରେ ଲଂଚ ହେବ । କହିରଖୁଛୁ ଯେ ବରୁଣ ଏବେ କରଣ ଜୋହରଙ୍କ ଫିଲ୍ମ ‘କଳଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଆଲିଆ ଭଟ୍ଟ ନଜର ଆସିବେ । ଏହା ପରେ ସେ ରେମୋ ଡିସୁଜାଙ୍କ ଏକ ଡ୍ୟାନ୍ସ ଫିଲ୍ମରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More