Only for Entertainment

ଘରର ବାଥରୁମରୁ ଦୂର କରନ୍ତୁ ବାସ୍ତୁ ଦୋଷ ।

dailyhunt
0 46

ଯଦି ଆପଣଙ୍କ ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ୁଛି ତେବେ ଆପଣ ଏହାକୁ ଦୂର କରିପାରିବେ । ସେଥିପାଇଁ ଏକ ପାତ୍ରରେ ପୂର୍ଣ୍ଣ ଗୋଟା ଲୁଣ ରଖନ୍ତୁ । ଏହାକୁ ଏକ ମାସ ପରେ ବଦଳାନ୍ତୁ । ଏହା ଦ୍ୱାରା ଘରର ନକରାତ୍ମକ ପ୍ରଭାବ ଦୂର ହୋଇଯିବ ।

ଯଦି ବିନା କାରଣରୁ ଘରର କୌଣସି ସ୍ଥାନରୁ ଜଳ ଉତ୍ପନ୍ନ ହେଉଛି ତେବେ ତାହା ନକରାତ୍ମକ ପ୍ରଭାବ ସୃଷ୍ଟି କରିପାରେ । ଯଦି ଘରର କୌଣସି ଟ୍ୟାପ ଆଦିରୁ ଜଳ ଅନବରତ ବାହାରୁଥାଏ ତେବେ ତାହାକୁ ମରାମତି କରନ୍ତୁ ।
ଜଳ ଟାଙ୍କି ସର୍ବଦା ପରିଷ୍କାର ରଖିବା ଉଚିତ । ଖରାପ ଥିଲେ ମରାମତି କରିବା ଉଚିତ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇପାରେ ।

ବେଡରୁମରେ ଥିବା ବାଥରୁମର ଦ୍ୱାର ସାମ୍ନାରେ ରହିଲେ କଳି ଝଗଡ଼ା ବଢିଥାଏ । ତେଣୁ ଏକ ସ୍କ୍ରିନ ବ୍ୟବହାର କରନ୍ତୁ ।
ଯଦି ବାଥରୁମରେ ଦର୍ପଣ ଲଗାଇଛନ୍ତି ତେବେ ତାହାକୁ କବାଟ ସାମ୍ନାରେ ରଖନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ନକରାତ୍ମକ ପ୍ରଭାବ ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More