Only for Entertainment

ଭୁଲରେ ବି ଏହି ଦିନ ଛିଣ୍ଡାନ୍ତୁନି ତୁଳସୀ ପତ୍ର

google
47

ହିନ୍ଦୁଧର୍ମରେ ତୁଳସୀ ଗଛ ବହୁ ଗୁରୁତ୍ୱ ରଖିଥାଏ । ଆମ ଅଗଣାର ଶୋଭା ବଢାଇବା ସହ ଶୁଭ କାମରେ ବ୍ୟବହାର ହୋଇଥାଏ । କୁହାଯାଏ ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପସନ୍ଦ । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ରର ବ୍ୟବହାର କରାଯାଇଥାଏ । ତୁଳସୀ ପତ୍ରର ପ୍ରତିଦିନ ସେବନ ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ । ତେବେ ବିଶ୍ୱାସ ରହିଛି ଏହି ଦିନମାନଙ୍କରେ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ ।

ସେହି ସବୁ ଦିନଗୁଡିକ ହେଉଛି ଚନ୍ଦ୍ରଗ୍ରହଣ,ଏକାଦଶୀ ଓ ରବିବାର । ସେହିପରି ସୂର୍ଯ୍ୟାସ୍ତ ପରେ ବି ତୁଳସୀ ପତ୍ର ଛିଣ୍ଡାଇବାକୁ ବାସ୍ତୁରେ ମନା କରାଯାଇଛି । ଯେଉଁ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରାଯାଏ ନାହିଁ ସେହି ପୂଜା ସଫଳ ହୁଏ ନାହିଁ ବୋଲି ହିନ୍ଦୁ ଧର୍ମରେ ସମସ୍ତେ ମାନନ୍ତି । ପରମ୍ପରା ମୁତାବକ ପ୍ରତିଦିନ ତୁଳସୀ ଗଛ ମୂଳରେ ସକାଳ-ସନ୍ଧ୍ୟାରେ ଦୀପ ଜଳାଇ ପୂଜା କରିବା ଆବଶ୍ୟକ । ଘରର ଅଗଣାରେ ତୁଳସୀ ଗଛ ରଖିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରବେଶ ହୋଇପାରି ନ ଥାଏ । ଆୟୁର୍ବେଦ କହିଥାଏ ଯେ ତୁଳସୀ ପତ୍ରକୁ ପ୍ରତିଦିନ ଖାଲି ପେଟରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିଥାଏ । ରକ୍ତ ସଫା ରହିବା ସହ କେଶ ଝଡ଼ିବା କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More