Only for Entertainment

ଘରର ସୁଖ ଶାନ୍ତି ଲାଗି ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ

Loudounstairs.com
0 54

ଆପଣଙ୍କ ଘରର ମୁଖ୍ୟ ଦ୍ୱାର ବାସ୍ତୁ ନଜରରେ ଖୁବ୍ ମହତ୍ୱପୂର୍ଣ୍ଣ । ଯେଉଁଭଳି ଭାବରେ ଏହି ଦ୍ୱାର ଦେଇ ଭଲ ଓ ମନ୍ଦ ସ୍ୱଭାବର ବ୍ୟକ୍ତି ପ୍ରବେଶ କରିଥାନ୍ତି । ଠିକ୍ ସେହିଭଳି ଭାବରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ । ସେଥିପାଇଁ ପ୍ରାୟତଃ ଘରମାନଙ୍କରେ ସବୁକିଛି ଥାଇ ମଧ୍ୟ କିଛି ନଥିଲା ଭଳି ଅନୁଭବ ହୋଇଥାଏ । ମନ ଭିତରେ ତଥା ଘରେ ନକାରାତ୍ମକ ଶକ୍ତି ଉପୁଜି ଥାଏ । ଏହା ପଛରେ ମୁଖ୍ୟ କାରଣ ହେଉଛି ଘରେ ବାସ୍ତୁ ଦୋଷ । ସେଥିପାଇଁ ସର୍ବଦା ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ପଥ ନିର୍ମାଣ କରନ୍ତୁ । ଯାହାଦ୍ୱାରା ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ।
କଣ କରିବେ ଆଉ କଣ ନ କରିବେ
– ଘରର ବାହ୍ୟ ପାଶ୍ୱର୍ରେ ଯେତେ ପ୍ରକାରର ବଲ୍ୱ ଲଗାଇ ଥିଲେ ମଧ୍ୟ ଅନ୍ଧାର ହେବା ପୂର୍ବରୁ ଆଲୋକର ବ୍ୟବସ୍ଥା ଜରୁର କରନ୍ତୁ ।
– ଅନେକ ଲୋକ ଘର ସାମ୍ନାରେ ନେମ୍୍୍୍ପ୍ଲେଟ ଲଗାଇଥାନ୍ତି ।ଏବଂ ଏହାକୁ ପରିଷ୍କାର କରିବା ପାଇଁ ଭୁଲି ଯାଇଥାନ୍ତି । କଦାପି ଏଭଳି ଭୁଲ କରନ୍ତୁ ନାହିଁ । ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ଉପୁଜିଥାଏ । ସେଥିପାଇଁ ପ୍ରତିଦିନ ଘର ବାହାରେ ଥିବା ନେମ୍୍ପ୍ଲେଟକୁ ସଫା କରନ୍ତୁ ।
– ଯଦି ଆପଣଙ୍କ ଘର ବାହାରେ ଜୋତା ଷ୍ଟାଣ୍ଡ, ସାଇକେଲ, ସ୍କୁଟର,କାର ରଖୁଛନ୍ତି । ତେବେ ଚେଷ୍ଟା କରନ୍ତୁ ଏହି ସବୁ ଜିନିଷକୁ ମୁଖ୍ୟ ଦ୍ୱାର ଠାରୁ ଦୂରେଇ ରଖିବା ପାଇଁ ।
ମୁଖ୍ୟ ଦ୍ୱାରର ବାସ୍ତୁ ଦୋଷ
– ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ଆଗରେ କୌଣସି କାନ୍ଥ, ଗଛ କିମ୍ବା ଛାଇ ନପଡୁ । ଅନେକ ଥର ଘରେ ସବୁକିଛି ଠିକ୍୍ ଥାଇ ମଧ୍ୟ ବାସ୍ତୁ ଅନୁସାରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।
– ଯଦି ଘରର ମୁଖ୍ୟ ଦ୍ୱାର ମଝି ମଝିଆ ଥାଏ ତେବେ ଘରେ କଳହ ହେବାର ଆଶଙ୍କା ଅଧିକ ।
– ବେଳେ ବେଳେ ଅନେକ ବ୍ୟକ୍ତି ଘରର ସାଜସଜା ପାଇଁ ଘରର ମୁଖ୍ୟ ଦ୍ୱାର ଆଗରେ ବେଲ୍ କିମ୍ବା ଗଛ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଠିକ୍ ନୁହେଁ ।
– ଘରର ଆଗ ସାମ୍ନାରେ ଛାତ ସିଡି ଥିଲେ ଏହା ଅଶୁଭ ଶଙ୍କେତ ।
– ଘରର ମୁଖ୍ୟ ଦ୍ୱାର ସବୁବେଳେ ଭିତର ଆଡୁ ଖୋଲିବା ଉଚିତ୍୍ ।
ବାସ୍ତୁର ସରଳ ଉପାୟ
– ପୁରାତନ ଯୁଗରେ ଘର ସାମ୍ନାରେ ଝାଲରି ସଜା ଯାଉଥିଲା । ଏହା ଘରର ସୌନ୍ଦର୍ଯ୍ୟତା ବଢାଇବା ସହିତ ବାସ୍ତୁ ଅନୁସାରେ ଖୁବ୍୍ ଭଲ । ଏଭଳି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।
– ମୁଖ୍ୟ ଦ୍ୱାର ଆଗରେ ଏକ ଦର୍ପଣ ସ୍ଥାପନ କରନ୍ତୁ ।
– ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଘରେ ୱିଣ୍ଡ୍୍ ବେଲ୍ସ ଲଗାନ୍ତୁ ।
– ଏହାଛଡା ଘରର ମୁଖ୍ୟଦ୍ୱାର ସାମ୍ନାରେ ଲାଲ ରଙ୍ଗର ଫିତା ବାନ୍ଧନ୍ତୁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More