Only for Entertainment

ବଡ ଖବର ! କାଦର ଖାନଙ୍କ ନିଧନ , ଫ୍ୟାନ୍ସ ହେଲେ ଇମୋସନାଲ, ହେଲେ ମିଛ ବହାରିଲା ଖବର

NDTV.
30

ପ୍ରସିଦ୍ଧ ବଲିଉଡ ଅଭିନେତା କାଦର ଖାନଙ୍କ ନିଧନ ହୋଇଯାଇଛି । ଅଲ ଇଣ୍ଡିଆ ରେଡିଓ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଥିଲେ । ଏହା ସହିତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଏହା ପରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ଏବଂ ତାଙ୍କ ଫ୍ୟାନ୍ସ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଥିବାର ମଧ୍ୟ ଦେକଖିବାକୁ ମିଳିଛି । କିନ୍ତୁ କାଦର ଖାନଙ୍କ ପୁଅ ସରଫରାଜ ସୋସିଐଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସବୁ ଖବରକୁ ଗୁଜବ ବୋଲି କହିଛନ୍ତି ।

କହିରଖୁଛୁ ଯେ, କାଦର କାନ କିଛି ଦିନରୁ ଅସୁସ୍ଥ ହୋଇ କାନ୍ନାଡାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଜକ୍ଟର ତାଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି । କାଦର ଖାନଙ୍କ ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ଏହି ସବୁ ଖବର ଏକ ଗୁଜବ । ମୋ ପିତା ଏବେ ହସ୍ପିଟାଲରେ ଅଛନ୍ତି ।

କାଦର ଖାନ ୮୧ ବର୍ଷ ବୟସରେ ପ୍ରୋଗ୍ରେସିଭ ସୁପ୍ରାନ୍ୟୁକ୍ଲିୟର ପାଲ୍ସି ଡିସଅର୍ଡର ପରି ରୋଗରେ ପିଡିତ । ଏହି କାରଣକୁ ତାଙ୍କ ସସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି । ଏହି ରୋଗ କରାଣରୁ ତାଙ୍କୁ ଶ୍ୱାସକ୍ରିୟରେ ମଧ୍ୟ ଅସୁବିଧା ହେଉଛି । ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More