Only for Entertainment

ବିଗ ବସରେ ଶ୍ରୀସନ୍ଥଙ୍କ ହାରିବାକୁ ନେଇ ନିରାଶ ହେଲେ ପତ୍ନୀ ଭୁବନେଶ୍ୱରୀ, କହିଲେ…

AajTak
51

ବଗ ବସ-୧୨ ଟାଇଟଲକୁ ଦୀପିକା ନିଜ ନାମରେ କରିଛନ୍ତି । ଶୋ’ର ହୋଷ୍ଟ ସଲମାନ ଖାନ କହିଥିଲେ ଯେ ଭୋଟିଂରେ ଦୀପିକାଙ୍କ ଫ୍ୟାନ୍ସ ତାଙ୍କୁ ଖୁବ ସପୋର୍ଟ କରିଛନ୍ତି । ଦୀପିକା ଶୋ’ର ବିଡେତା ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଶ୍ରୀସାନ୍ଥ ଥିବା ବେଳେ ତୃତୀୟ ସ୍ଥାନରେ ରହିଥିଲେ ଦୀପକ ଠାକୁର । କିନ୍ତୁ ଶ୍ରୀସନ୍ଥଙ୍କ ହାରିବାକୁ ନେଇ ତାଙ୍କ ପତ୍ନୀ ଏବଂ ତାଙ୍କ ଫ୍ୟାନ୍ସ ଖୁବ ନିରାଶ ଥିବା ଜଣାପଡିଛି ।

ବିଗ ବସ -୧୨ ଶେଷ ହେବା ପରେ ଭୁବନେଶ୍ୱରୀ କହିଥିଲେ ଯେ, ମୋତେ ଲାଗୁଥିଲା ଶ୍ରୀ ଜିତି କି ଆସିବେ । କିନ୍ତୁ ଯାହା ଜନତାଙ୍କୁ ଲାଗିଲା ତାହା ଠିକ । ଭୁବନେଶ୍ୱରୀ କହିଛନ୍ତି ଯେ, ଶ୍ରୀଙ୍କୁ ଟ୍ରଫି ମିଳିଲା ନାହିଁ ତାହା ମୋତେ ଖୁବ ନିରାଶ କରିଛି । ସୋସିଆଲ ମିଡିଆରେ ଟ୍ରେଣ୍ଡକୁ ଦେଖି ମୋତେ ଲାଗୁଥିଲା ଶ୍ରୀ ହିଁ ଜିତିବେ । ତାଙ୍କ ଫ୍ୟାନ୍ସ ଖୁବ ସପୋର୍ଟ କରିଥିଲେ । କିନ୍ତୁ କଣ କରାଯାଇପାରେ ଜନତା ଯାହାକୁ ବାଝିବେ ତାଙ୍କ ନିର୍ଣ୍ଣୟ ହିଁ ମାନିବାକୁ ପଡିବ ।

ଶ୍ରୀସାନ୍ଥଙ୍କ ପତ୍ନୀ ଭୁବନେଶ୍ୱରୀ ଏହା ମଧ୍ୟ କହିଥିଲେ ଯେ, ୧୦୫ ବିଗ ବସ ହାଉସରେ ରହିବା ପରେ ଶ୍ରୀ ଖୁବ ସକରାତ୍ମକ ହୋଇଯାଇଛନ୍ତି । ପୂର୍ବ ଅପେକ୍ଷା ଖୁବ ଧୌର୍ଯ୍ୟବାନ ହୋଇଯାଇଛନ୍ତି । ମୋତେ ଖୁସି ଲାଗିଲା ଯେ, ଲୋକୋ ତାଙ୍କ ରିୟଲ ପରସନାଲିଟି କୁ ଦେଖିପାରିଲେ । ସେ ଜଣେ ଭଲ ମଣିଷ ଏହା ଦେଶକୁ ଜଣାପଡିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More