Only for Entertainment

ଜି ସିନେ ଆୱାର୍ଡ଼ ଫଙ୍କସନ ସମୟରେ ଯେତେବେଳେ ବିକ୍କି କୌଶଲ ଦୀପିକାଙ୍କୁ ଡାକିଲେ ଭାଉଜ, ମିଳିଲା ଏଭଳି ଉତ୍ତର ।

bollywood tadka
34

ନିକଟରେ ଜି ସିନେ ଆୱାର୍ଡ଼ ୨୦୧୯ରେ ବଲିଉଡର ବଡ଼ ବଡ଼ ତାରକା ନଜର ଆସିଥିଲେ । ରେଡ଼ କାର୍ପେଟ ଠାରୁ ଆରମ୍ଭ କରି ମଂଚ ପର୍ଯ୍ୟନ୍ତ କେତେକ ଖବର ସାମ୍ନାକୁ ଆସିଲା । ଏହି ମଧ୍ୟରେ ସେହିଭଳି ଏକ ଖବର ଆସିଛି ବିକ୍କୀ କୌଶଲ ଏବଂ ଦୀପିକା ପାଦୁକୋନଙ୍କୁ ନେଇ ।

ଦୀପିକା ଏବଂ ରଣବୀର ସିଂ ମଂଚ ଉପରେ ନଜର ଆସିଥିଲେ । ଏହି ସମୟରେ ଫିଲ୍ମ ପଦ୍ମାବତ ପାଇଁ ଦୀପିକାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଗଲା । ରଣବୀର ସିଂଙ୍କୁ ମଧ୍ୟ ପଦ୍ମାବତ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଗଲା । ଏଠାରେ ହୋଷ୍ଟ କରୁଥିଲେ ଅଭିନେତା ଭିକ୍କି କୌଶଲ । ଅଚାନକ ବିକ୍କି ଦୀପିକାଙ୍କୁ ଭାଉଜ ଡାକିଦେଲେ । ଏହି ସମୟରେ ସାମ୍ନାକୁ ଆସିଲା ଦୀପିକାଙ୍କ ରିଆକ୍ସନ । ଦୀପିକା କହିଲେ ମୋତେ ଭାଉଜ ଡାକ ନାହିଁ ।

ଯଦିଓ ଦୁଇ ଜଣଙ୍କ ମଧ୍ୟରେ ଏ ସବୁ ମଜାରେ ଚାଲିଥିଲା, ତଥାପି କିଛି ସମୟ ପାଇଁ ଲୋକ ଏହାକୁ ଗମ୍ଭୀର ଭାବରେ ନେଇ ଯାଇଥିଲେ । ସମସ୍ତେ ଭାବିଲେଯେ ଦୀପିକା ରାଗିଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More