Only for Entertainment

‘ଭୁଲ ଭୁଲେୟା ୨’ ପାଇଁ ଲାଗିଛି ଏହି ୩ କଳାକାରଙ୍କ ମଧ୍ୟରେ ରେସ୍, କିଏ କରିବେ ଅକ୍ଷୟ କୁମାରଙ୍କୁ ରିପ୍ଲେସ ?

Hindustan Times
29

ଫିଲ୍ମ ଭୁଲ ଭୁଲେୟା ଅକ୍ଷୟ କୁମାରଙ୍କ କ୍ୟାରିଅରର ସବୁଠାରୁ ଭଲ ଫିଲ୍ମ ମଧ୍ୟରୁ ଏକ । ଏହି ଫିଲ୍ମର ସିକ୍ୱଲ ଖୁବ ଶୀଘ୍ର ନିର୍ମାଣ ହେବ କିଛି ଦିନରୁ ଶୁଣିବାକୁ ମିଳୁଛି । ରିପୋର୍ଟ ଅନୁସାରେ ମେକର୍ସ ଫିଲ୍ମରେ ନୂଆ ଷ୍ଟାର କାଷ୍ଟଙ୍କୁ ନେବା ପାଇଁ ଚିନ୍ତା କରୁଛନ୍ତି । ଏବେ ଏହି ଫିଳ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ଖୁସି ହୋଇଯିବେ ।
ଖବର ଅନୁସାରେ ଫିଲ୍ମ ‘ଭୁଲ ଭୁଲେୟା ୨’ ପାଇଁ ଭିକି କୌଶଲ, ରାଜକୁମାର ରାଓ ଏବଂ ଆୟୁଷ୍ମାନ ଖୁରାନାଙ୍କ ମଧ୍ୟରେ ରେସ୍ ଚାଲିଛି । ଫିଲ୍ମ ପାଇଁ ଏ ପର୍ଯ୍ୟନ୍ତ କୌଣସି କଳାକାରଙ୍କୁ ଫାଇନାଲ କରାଯାଇ ନାହିଁ । ତେବେ ମେକର୍ସ ଏହି ୩ ଜଣଙ୍କ ମଧ୍ୟରୁ କାହାକୁ ଫାଇନାଲ କରିବେ ତାହା ଆଗକୁ ଜଣାପଡିବ ।

Vicky-Ayusham-Rajkummar

କହିରଖୁଛୁ ଯେ, ଫିଲ୍ମ ‘ଭୁଲ ଭୁଲେୟା ୨’ ପାଇଁ ସ୍କ୍ରିପ୍ଟ କାମ ପ୍ରାୟ ଶେଷ ହୋଇଗଲାଣି । ସେଥିପାଇଁ ମେକର୍ସ ସମୟ ନଷ୍ଟ ନକରି ସୁଟିଂ କାମ ଶୀଘ୍ର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି । ଏହି ୩ ଜଚ୍ଚଙ୍କ ମଧ୍ୟରୁ ମେକର୍ସ କାହାକୁ ଫାଇନାଲ କରିବେ ନା ଆଉ କେଉଁ ଅଭିନେତାଙ୍କୁ ସାଇନ କରିବେ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More