Only for Entertainment

ସର୍ଜିକାଲ ଷ୍ଟ୍ରାଇକର ୨ ବର୍ଷ ପୂର୍ତ୍ତି ଅବସରରେ ରିଲିଜ ହେଲା ଫିଲ୍ମ ‘ଉରୀ’ର ଟିଜର ।

zeenews
0 35

ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ବଲିଉଡ ଫିଲ୍ମ ‘ଉରୀ’ର ଟିଜରକୁ କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ୧ ମିନିଟ ୧୭ ସେକେଣ୍ଡର ଏହି ଟିଜର ଦେଶ ଭକ୍ତିରେ ଭରପୂର ହେବା ସହିତ ଆପଣଙ୍କୁ ଭାବୁକ କରିଦେବ ।

ଫିଲ୍ମରେ ଭିକି କୌଶଲ, ୟାମୀ ଗୌତମ, ପରେଶ ରାୱଲଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ୨ ବର୍ଷ ପୂର୍ବେ କାଶ୍ମୀରର ଉରୀଠାରେ ଥିବା ଆର୍ମୀ କ୍ୟାମ୍ପ ଉପରେ ହୋଇଥିବା ଆଟାକ୍ ଉପରେ ଏହି ଫିଲ୍ମ ଆଧାରିତ । ଉରୀ ଆଟାକ ଠାରୁ ଆରମ୍ଭ କରି ସର୍ଜିକାଲ ଷ୍ଟ୍ରାଇକ ପର୍ଯ୍ୟନ୍ତ କାହାଣୀକୁ ଫିଲ୍ମରେ ଦର୍ଶା ଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଘର୍ । ଫିଲ୍ମ ୧୧ ଜନୁଆରୀ ୨୦୧୯ରେ ରିଲିଜ ହେବ ।

ପାକିସ୍ତାନ କରିଥିବା ହାମଲାରେ ୧୯ ଭାରତୀୟ ଜବାନ ସହିଦ ହୋଇଥିଲେ । ଯବାନଙ୍କ ମୃତ୍ୟୁ ପରେ ପୂରା ଦେଶରେ ବଦଲା ନେବା ପାଇଁ ସରକାରଙ୍କୁ ଦାବି କରିଥିଲେ । ଉରୀ ହାମଲାର କିଛି ଦିନ ପରେ ୨୮-୨୯ ସେପ୍ଟେମ୍ବର ରାତିରେ ଭାରତୀୟ ସେନା ପାକିସ୍ତାନରେ ନିୟନ୍ତ୍ରଣରେ ଥିବା କାଶ୍ମୀରରେ ଏକ ବଡ ଅପରେସନ ଚଲାଇଥିଲେ । ଏହି ହାମଲାରେ ପାକିସ୍ତାନର ଅନେକ କ୍ଷତି ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More