Only for Entertainment

ଏହି ଅଭିନେତ୍ରୀଙ୍କ ପ୍ରେମରେ ଭିକି କୌଶଲ ! ଅକସ୍ମାତ ହୋଇଥିଲା ଦେଖା

India Today
24

ସସାନ, ରାଜି ଏବଂ ସଞ୍ଜୁ ପରି ଫିିଲ୍ମରେ ଅଭିନୟ କରି ଲାଇମ ଲାଇକୁ ଆସିଥିବା ଅଭିନେତା ଭିକି କୌଶଲଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଭିକି କୌଶଲ ଏବେ ସିଙ୍ଗିଲ ତାଲିକାରୁ ବାଦ ପଡିଛନ୍ତି । ଖବର ଅନୁସାରେ ଭିକି କୌଶଲ ଏବେ ଜଣେ ମଡେଲଙ୍କୁ ଡେଟ କରୁଛନ୍ତି । ଏହା ଆମେ ନୁହେଁ ଖୋଦ ଭିକି ନିଜେ ଏ କଥା ସ୍ୱିକାର କରିଛନ୍ତି ।

vicky

ନିକଟରେ ନେହା ଧୂପିଆଙ୍କ ଶୋ’ରେ ନଜର ଆସିଥିଲେ ଭିକି କୌଶଲ ଏବଂ ଶୋ’ରେ ସେ ଜଣେ ମଡେଲଙ୍କୁ ଡେଟ କରୁଛନ୍ତି ବୋଲି ସ୍ୱିକାର କରିଛନ୍ତି । ନେହା କହିଥିଲେ ଯେ, ଭିକି ତାଙ୍କର ଏକ କମନ ଫ୍ରେଣ୍ଡର ପାର୍ଟିରେ ସାମିିଲ ହୋଇଥିଲେ । ଏହି ପାର୍ଟିରେ ସେ ଜଣେ ଯୁବତୀଙ୍କୁ ସେ ଭେଟିବାର ଥିଲା କିନ୍ତୁ ଅକସ୍ମାତ ସେ ଅନ୍ୟ ଜଣଙ୍କୁ ସାକ୍ଷାତ କରିଥିଲେ । ସେ ଆଉ କେହି ନୁହିଁନ୍ତି ସେ ହେଉଛନ୍ତି ତାଙ୍କ ପ୍ରେମିକା । ତେବେ ଶୋ’ରେ ଭିକି ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାମର ଖୁଲାସା କରି ନାହାଁନ୍ତି ।

harleen

ଖବର ଅନୁସାରେ ଭିକିଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ହରଲିନ ସେଠୀ । ହରଲିଙ୍କୁ ଅନେକ ଟିଭି ବିଜ୍ଞାପନରେ ଦେଖିବାକୁ ମିଳିଛି । ନିକଟରେ ସେ ଅଲ୍ଟ ବାଲାଜୀର ୱେବ ସିରିଜ ବ୍ରୋକନରେ ନଜର ଆସିଥିଲେ । ଫିଲ୍ମ ବିଷୟରେ କହିବାକୁ ଗଲେ ଭିକି ଆଦିତ୍ୟ ଧରଙ୍କ ଫିଲ୍ମ ଉରୀରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More