Only for Entertainment

କ୍ଲାସରୁମ ପାଲଟିଲା ମସାଜ ପାର୍ଲର, ପଢା ମଝିରେ ଛାତ୍ରଙ୍କୁ ମୁଣ୍ଡ ମାଲିସ୍ କରିବାକୁ କହିଲେ ଶିକ୍ଷକ ! ଭିଡିଓ ହେଲା ଭାଇରାଲ୍ ।

oneindia
29

ନଗର ନିଗମ ସ୍କୁଲରେ ଉନ୍ନତ ଶିକ୍ଷାବ୍ୟବସ୍ଥା ଆରମ୍ଭ କରିବା ତଥା ଶିକ୍ଷାରେ ସୁଧାର ଆଣିବା ପାଇଁ କୁହାଯାଉଥିବା ବେଳେ ଏବେ ସ୍କୁଲରୁ ଏଭଳି ଭିଡିଓ ସାମ୍ମାକୁ ଆସୁଛି ଯେଉଁଥିରେ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରୁଛନ୍ତି ।

ବର୍ତ୍ତମାନ ଏଭଳି ଆଉ ଏକ ଭିଡିଓ ସାମ୍ମାକୁ ଆସିଛି ଯେଉଁଥିରେ ଶିକ୍ଷକ ଛାତ୍ରଙ୍କ ଦ୍ୱାରା ନିଜ ମୁଣ୍ଡ ମାଲିସ୍ କରୁଥିବା ଭିଡିଓ ଭାଇରାଲ୍ ହେଉଛି । ପୁଣି ଘଟଣାଟି ହେଉଛି ଭାରତର ରାଜଧାନୀ ଦିଲ୍ଲୀର । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷା ବ୍ୟବସ୍ଥାର ମାନଦଣ୍ଡ ଦୋହଲି ଯାଇଥିଲା । ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଶିକ୍ଷକଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭିଡିଓରେ ଶିକ୍ଷକ ଜଣକ ଆରାମରେ ଚଉକିରେ ଶୋଇଥିବା ବେଳେ ଛାତ୍ରଜଣକ ଶିକ୍ଷକଙ୍କ ମୁଣ୍ଡ ମାଲିସ୍ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଶିକ୍ଷକ କ୍ଲାସରୁମ୍ କୁ ଭିତରପଟୁ ବନ୍ଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More