Only for Entertainment

ଭିଡରୁ ବାହାରି ବୟସ୍କା ପ୍ରଶଂସିକାଙ୍କ ନିକଟକୁ ଆସି ଫୁଲ ଦେଇ ସମ୍ମାନ ଜଣାଇଲେ ରଣବୀର ସିଂହ !

54

ଗୋଟାଏ ପରେ ଗୋଟାଏ ବ୍ଲକ୍‌ବଷ୍ଟର ସିନେମା ଦେବା ପରେ ବଲିଉଡ୍‌ରେ ସଭିଙ୍କ ପ୍ରିୟ ପାଲଟି ଯାଇଛନ୍ତି ରଣବୀର ସିଂହ। ନିଜ ବୃତ୍ତିଗତ ଜୀବନରେ ସଫଳତା ସାଉଁଟି ସାଉଁଟି ଦର୍ଶକଙ୍କୁ ପାଗଳ କରିଥିବା ରଣବୀର ପୁଣି ଥରେ ଚର୍ଚ୍ଚାକୁ ଆସିଲେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବିବାହ କରିବା ପରେ।

ତେବେ, ରଣବୀର ଯେ ଜଣେ ଭଲ ଷ୍ଟାର୍‌ ସେକଥା ନୁହେଁ। ସେ ଜଣେ ଭଲ ମଣିଷ ମଧ୍ୟ। ସୋସିଆଲ୍‌ ମିଡିଆରେ ରଣବୀରଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ସେଥିରେ ଦେଖିବାକୁ ମିଳିଛି ଯେ ସେ ତାଙ୍କର ଜଣେ ବୟସ୍କା ଫ୍ୟାନ୍ସଙ୍କୁ ଫୁଲ ଦେଇ ସମ୍ମାନ ଜଣାଇଛନ୍ତି।

ରଣବୀର ଆସୁଥିବା ବେଳେ ଭିଡ଼ରେ ତାଙ୍କୁ ଲୋକମାନେ ଘେରି ଯାଉଥିବା ବେଳେ ରଣବୀର ନିଜେ ତାଙ୍କର ଜଣେ ବୃଦ୍ଧା ଫ୍ୟାନ୍‌ଙ୍କ ନିକଟରେ ଅଟକିଯାଇ ତାଙ୍କୁ ଫୁଲ ଦେଉଛନ୍ତି। ବୃଦ୍ଧା ଜଣକ ରଣବୀରଙ୍କୁ ପାଖକୁ ଡାକି ତାଙ୍କ ଗାଲରେ ଏକ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More