Only for Entertainment

ଶେଷ ଥର ଏହିଭଳି ଜନ୍ମଦିନ ପାଳନ କରିଥିଲେ ଶ୍ରୀଦେବୀ, ଭିଡ଼ିଓ ଭାଇରାଲ ।

aajtak
0 52

ଆଜି ଶ୍ରୀଦେବୀଙ୍କ ଜନ୍ମଦିନ,କିନ୍ତୁ ସେ ଆମ ମାନଙ୍କ ମଧ୍ୟରେ ନାହାଁନ୍ତି । ଜୀବିତ ଥିଲେ ଆଜି ତାଙ୍କ ଜନ୍ମଦିନ ଖୁବ ଧୁମଧାମରେ ପାଳନ ହୋଇଥାନ୍ତା ନିଶ୍ଚୟ । ବଲିଉଡର ଜଣେ ଅଭୁଲା ଅଭିନେତ୍ରୀ ହେଉଛନ୍ତି ଶ୍ରୀ । ନିଜର ନିଖୁଣ ଅଭିନୟରେ ସମସ୍ତଙ୍କୁ ଦିୱାନା କରି କରି ଶେଷରେ ଚିର ନିଦ୍ରାରେ ଶୋଇଗଲେ ସେ । ଅଭିନୟର ଅର୍ଥକୁ ବୁଝାଇ ଦେଇ ପଂଚଭୂତରେ ଲୀନ ହୋଇଗଲେ । ସାରା ଦୁନିଆ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲା ତାଙ୍କର ଏହି ବିଛେଦ ଘଟଣା ଶୁଣି । କାନରେ ଶୁଣିବା ପରେ ମଧ୍ୟ ବିଶ୍ୱାସ ହେଉନଥିଲା,ଏବଂ ଆଖିରେ ଦେଖିବା ପରେ ଅମାନିଆ ଲୁହ ସବୁ ନଈ ହୋଇ ବହି ଆସୁଥିଲା ପ୍ରତ୍ୟେକଟି ଆଖିରୁ । କିନ୍ତୁ ବାସ୍ତବ କଥାକୁ ଗ୍ରହଣ କରିବା ବ୍ୟତୀତ କାହା ନିକଟରେ କୌଣସି ରାସ୍ତା ନଥିଲା ।

ଆଜି ଶ୍ରୀଙ୍କର ଜନ୍ମଦିନ । ଏହି ବର୍ଷ ଜନ୍ମଦିନ ପାଳନ କରିବା ପୂର୍ବରୁ ସେ ଏହି ପୃଥିବୀରୁ ବିଦାୟ ନେଇ ସାରିଛନ୍ତି । ପରିବାର ସଦସ୍ୟ ତ ଲୁହ ସାଗରରେ ବୁଡ଼ି ଯାଇଥିଲେ,କିନ୍ତୁ ପ୍ରଶଂସକମାନେ ମଧ୍ୟ ନିଜ ଅମାନିଆ ଲୁହକୁ ରଖି ପାରିନଥିଲେ । ଆଜି ମଧ୍ୟ ଶ୍ରୀଙ୍କୁ ମନେ ପକାନ୍ତି ପ୍ରଶଂସକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ, ନିଜ ଶ୍ରୀଙ୍କ ବ୍ୟତୀତ ଯେଉଁମାନେ ଗୋଟିଏ ମୁହୂର୍ତ୍ତ ପାଇଁ ବଂଚିବା କଥା ଭାବିନଥିଲେ ସେମାନେ ଭାଙ୍ଗି ପଡ଼ିଥିଲେ । ସେ ତାଙ୍କ ପରିବାର । ଶ୍ରୀଙ୍କ ଯିବାର ଦୁଃଖ ଠାରୁ ଅନ୍ୟ କିଛି ବଡ଼ ଦୁଃଖ ନଥିବ ସେମାନଙ୍କ ପାଇଁ । ତେବେ ଆଜି ମଧ୍ୟ ପ୍ରତିଟି ମୁହୂର୍ତ୍ତରେ ତାଙ୍କୁ ଝୁରୁଛନ୍ତି ତାଙ୍କ ପରିବାର । ତାଙ୍କ ଅନୁପସ୍ଥିତିକୁ କେବେ ମଧ୍ୟ ଅନୁଭବ କରିବାକୁ ଚାହୁଁନାହାଁନ୍ତି, ସେମାନେ ତାଙ୍କୁ ନିଜ ହୃଦୟରେ ଏବେ ମଧ୍ୟ ଜୀବିତ କରି ରଖିଛନ୍ତି ।

 

ଶ୍ରୀଙ୍କର ପୂର୍ବ ବର୍ଷ ଜନ୍ମଦିନର ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି । ଯାହାକୁ ତାଙ୍କ ପ୍ରଶଂସକ ନିହାତି ଭାବରେ ଦେଖିବାକୁ ଇଛା କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More