Only for Entertainment

ଏ କ’ଣ ମାଂସ ଟୁକୁଡା ପ୍ଲେଟରେ ହିଁ ଚାଲିବା ଆରମ୍ଭ କଲା, ଦେଖନ୍ତୁ ଭିଡିଓ !

397

ଟିକେ ଭାବି ଦେଖନ୍ତୁ ତ ଆପଣ ଖାଦ୍ୟରେ ମାଂସ ଅର୍ଡର କରିଥିବେ ଏବଂ ଅଚାନକ ଏହା ଚାଲିବା ଆରମ୍ଭ କରିବ ତ ଆପଣ ଭାବିବେ ଏମିତି କେମିତି ସମ୍ଭବ ? କିନ୍ତୁ ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଏଭଳି କିଛି ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତଏହି ଭିଡିଓକୁ ୪୦ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ।

ଏହି ମାମଲା ଫ୍ଲୋରିଡାର ଏକ ଏଶିଆନ ରେସ୍ତୋରାଁର ଅଟେ, ଯେଉଁଠି ରିଫିଲିପ୍ସ ନାମକ ମହିଳା ଖାଦ୍ୟରେ ମାଂସ ଅର୍ଡର କରିଥିଲେ । ଯେମିତି ମହିଳାଙ୍କ ଟେବୁଲରେ ମାଂସ ପ୍ଲେଟ ପହଂଚିଛି, କିଛି ସେକେଣ୍ଡ ମଧ୍ୟରେ ଅଚାନକ ପ୍ଲେଟରୁ ମାଂସ ଖଣ୍ଡ ଡେଇଁ ଟେବୁଲ ତଳେ ପଡିଯାଇଥିଲା । ଯାହାକୁ ଦେଖି ମହିଳା ଜଣକ ଖୁବ ଜୋରରେ ଚିତ୍କାର କରିଥିଲେ ।

ଭିଡିଓରେ ଆପଣ ଦେଖି ପାରୁଥିବେ କିଭଳି ମାଂସ ଖଣ୍ଡ ଚାଲୁଛି । ଏହି ସମସ୍ତ ଘଟଣା ଭିଡିଓ ମହିଳା ନିଜେ ବନାଇଛନ୍ତି ଏବଂ ନିଜ ଫେସବୁକ ଅକାଉଂଟରେ ଶେୟାର କରିଛନ୍ତି । ଏଠାରେ କହି ରଖୁଛୁ ଯେ ଚୀନ ଏବଂ ଜାପାନ ଭଳି ଦେଶରେ ଏଭଳି ଜିଅନ୍ତା ବେଙ୍ଗ ବଡ ସୁଆଦିଆ ଭାବେ ଖିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More