Only for Entertainment

ଜିରାଫ ଉପରେ ବସିବା ପାଇଁ ସମସ୍ତ ସୀମା ପାର କରି ଚିଡିଆଖାନା ରେ ପଶିଗଲା ବ୍ୟକ୍ତି, ପିଠିରେ ବସିବା ପରେ ହେଲା କିଛି ଏଭଳି, ଦେଖନ୍ତୁ ଭିଡିଓ !

102

କଜାକିସ୍ତାନରେ ଜଣେ ଲୋକର ଦବଙ୍ଗଗିରି ସାମ୍ନାକୁ ଆସିଛି ଯାହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବ୍ୟକ୍ତି ଜିରାଫର ଜାଲି ପାର କରି ଚିଡିଆଖାନା ଭିତରକୁ ପଶି ଜିରାଫ ଉପରେ ବସି ପଡିଛି । ଏହି ଘଟଣା ସିମକେଂଟ ଚିଡିଆଖାନାର ଅଟେ । ଏହା କରିଲା ବେଳେ ବ୍ୟକ୍ତି ଜଣକ ଭୟଭୀତ ହୋଇନଥିଲେ । କାରଣ ସେ ନିଶାରେ ଥିଲେ । ଭିଡିଓ ପାଂଚ ଦିନ ପୂର୍ବେ ତୁର୍କୀସ୍ତାନ ଟୁଡେ ନାମକ ଏକ ଇନଷ୍ଟାଗ୍ରାମ ପେଜରେ ଶେୟାର କରାଯାଇଛି । ବ୍ୟକ୍ତି ଜାଲୀ ପାର କରି ଜିରାଫ ଉପରେ ବସିବାରେ ସଫଳ ହୋଇଯାଇଛି । ଏହାପରେ ନିଜ ଜାଗାକୁ ଫେରି ଆସିଥିଲେ ।
ଏଭଳି କରିବାକୁ ଯାଉଥିବା ବେଳେ ସମସ୍ତେ ତାଙ୍କୁ ଅଟଳାଇ ଥିଲେ, କିନ୍ତୁ ବ୍ୟକ୍ତି ଜଣକ ଅଟକି ଯାଇ ନଥିଲା । ଯାହାର ଦୁର୍ଦ୍ଦଶା ତାକୁ ଭୋଗିବାକୁ ପଡିଛି ।

ଆସନ୍ତୁ ଦେଖିବା ଏହି ଭାଇରାଲ ଭିଡିଓ:

ଖବର ମୁତାବକ ଚିଡିଆଖାନାରେ ଏଭଳି ଅସଭ୍ୟ ଭଳି ପଶିଥିବାରୁ ଏହି ବ୍ୟକ୍ତିକୁ ପୁଲିସ ତଲାସ କରିବାକୁ ଲାଗିପଡିଛି । ବ୍ୟକ୍ତି ଜଣକ ମିଳିଲେ ତାକୁ ଗିରଫ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More