Only for Entertainment

ଜନ୍ମଦିନରେ ସୁଷ୍ମିତାଙ୍କ ସହ କିଛି ଏଭଳି ନାଚିଲେ ଦବଙ୍ଗ ଖାନ, ଦେଖନ୍ତୁ ଭିଡିଓ !

Times of India
74

୫୩ ବର୍ଷରେ ପାଦ ଦେଲେ ବଲିଉଡ ଟାଇଗର ସଲମାନ ଖାନ୍ । ସଲମାନ ନିଜର ପାନଭେଲ ଫାର୍ମହାଉସରେ କେକ୍ କାଟି ଏହି ଜନ୍ମଦିନକୁ ପାଳନ କରିଛନ୍ତି । ଏଥିରେ ସଲମାନ ଖାନଙ୍କ ସାଙ୍ଗ ଓ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ । ତେବେ ଆଜି ମଧ୍ୟରାତ୍ରୀରୁ ଜନ୍ମ ଦିନ ଅବସରରେ ଲକ୍ଷାଧିକ ଫ୍ୟାନ୍ସ ସଲମାନ ଘର ଆଗରେ ଏକାଠି ହୋଇ ଭିନ୍ନ ଅନ୍ଦାଜରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ପାର୍ଟିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିମଧ୍ୟରୁ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ସହ ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୁଷ୍ମିତା ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି ଏବଂ ଏଥିରେ ଲେଖିଛନ୍ତି ଯେତେବେଳେ ତାଙ୍କ ଜୀବନ ତାଙ୍କୁ ଚୁପଚାପ ରହିବାକୁ କିମ୍ବା ଡାନ୍ସ କରିବାକୁ ମଉକା ଦିଏ, ସିଏ ଡାନ୍ସ କରନ୍ତି । ଦେଖନ୍ତୁ ଭିଡିଓ-


ଏଠାରେ ଆମେ କହି ରଖୁଛୁ ଯେ ସୁଷ୍ମିତା ଏବଂ ସଲମାନ ଖୁବ କମ ଫିଲ୍ମରେ ଏକାଠି କାମ କରିଛନ୍ତି କିନ୍ତୁ ତାଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଲୋକମାନେ ଖୁବ ପସନ୍ଦ କରନ୍ତି । ସୁଷ୍ମିତା ସଲମାନଙ୍କ ବିପକ୍ଷରେ ବିବି ନଂ୧, ତୁମକୋ ନା ଭୂଲ ପାଏଙ୍ଗେ ଏବଂ ମେନେ ପ୍ୟାର କ୍ୟୁ କିୟାରେ ନଜର ଆସିଥିଲେ । ସୁଷ୍ମିତା ସେହି ବଛାବଛି ବନ୍ଧୁ ମାନଙ୍କ ମଧ୍ୟରେ ସାମିଲ ଥିଲେ ଯାହାଙ୍କୁ ସଲମାନ ନିଜ ବର୍ଥଡେ ପାର୍ଟିରେ ଫାର୍ମ ହାଉସକୁ ନିମନ୍ତ୍ରଣ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More