ସଲମାନ ଖାନ ଏବଂ କ୍ୟାଟରୀନା କୈଫଙ୍କ ଆଗାମୀ ଫିଲ୍ମ ‘ଭାରତ’ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏହି ଫିଲ୍ମର ସୁଟିଂ ଜୋରସୋର ହେବାରେ ଲାଗିଛି । ନିକଟରେ ସଲମାନ ଏବଂ କ୍ୟାଟରୀନାଙ୍କ ସହ ୟୁନିଟ ପଂଜାବରେ ସୁଟିଂ କରୁଛନ୍ତି । ସୁଟିଂର କିଛି ଫଟୋ ସାମ୍ନାକୁ ଆସିିଥିଲା ।
View this post on Instagram
@bharat_thefilm #onlocation #memories #Bharat #Ludhiana @beingsalmankhan @katrinakaif
ଖବର ମିଳିଥିଲା ଯେ ସୁଟିଂ ଶେଷ କରି ସଲମାନ ମୁମ୍ବାଇ ଫେରିଛନ୍ତି କାରଣ ସୁଟିଂ ସମୟରେ ତାଙ୍କୁ ଆଘାତ ଲାଗିଛି । ଏବେ ଫିଲ୍ମ ପ୍ରଡ୍ୟୁସର ଅତୁଲ ଅଗ୍ନିହୋତ୍ରୀ ଫିଲ୍ମର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ଲୁଧିଆନାରେ ସୁଟିଂ ହେଉଥିବା ସମୟର । ଯେଉଁଥିରେ କ୍ୟାଟରୀନାଙ୍କ ରେଟ୍ରୋ ଲୁକ ଦେଖିବାକୁ ମିଳିଛି ।