Only for Entertainment

ନିକ ଜୋନସଙ୍କୁ ପଚରା ଗଲା ‘ରୋକା’ର ଅର୍ଥ କ’ଣ ? ଦେଲେ ଏହି ଉତ୍ତର ।

zee news
0 51

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚାପ୍ରାଙ୍କ ଭାବି ସ୍ୱାମୀ ନିକ ଜୋନସଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହଲିଉଡ ପପ ଷ୍ଟାର ନିକ ଜୋନସ ଏହି ଭିଡିଓରେ ପ୍ରିୟଙ୍କାଙ୍କ ସହିତ ଏନଗେଜମେଣ୍ଟ ବିଷୟରେ କହୁଥିବା ଦେଖିବାକୁ ମିଳିଛି । ଏହା ସହିତ ସେ ପ୍ରିୟଙ୍କା ଏବଂ ତାଙ୍କର ସେଲିବ୍ରିଟି ନିକ ନେମର ‘ପ୍ରିକ’ର ଖୁଲାସା ମଧ୍ୟ କରିଛନ୍ତି ।

ଶୁକ୍ରବାର ‘ଦ ଟୁନାଇଟ ଶୋ ଷ୍ଟାରିଙ୍ଗ ଜିମୀ ଫେଲନ’ରେ ଅତିଥି ଭାବେ ନିକ ଜୋନସ ଆସିଥିଲେ । ଏହି ଶୋ’ରେ ନିକ ତାଙ୍କର ଏବଂ ପ୍ରିୟଙ୍କାଙ୍କ ବିଷୟରେ ଅନେକ କଥା ସେୟାର କରିଥିଲେ । ଶୋ’ରେ ପ୍ରିୟଙ୍କା ଦର୍ଶକ ଭାବେ ନଜର ଆସିଥିଲେ ।


ଶୋର ହୋଷ୍ଟ ରୋକାର ଫଟୋ ନିକଙ୍କୁ ଦେଖାଇଥିଲେ ଏବଂ ଏହାର ଅର୍ଥ ପଚାରିଥିଲେ । ଏହାର ଉତ୍ତରରେ ନିକ କହିଥିଲେ ରୋକା ସେରେମୋନି ପରେ ଦୁହିଁଙ୍କ ପରିବାର ସମ୍ପର୍କରେ ମେହର ଲାଗିଥାଏ । ଏବଂ ଏହା ଏନଗେଜମେଣ୍ଟର ପ୍ରୁଫ ବୋଲି ସେ କହିଥିଲେ ।
ଏହା ସହିତ ନିକ କହିଥିଲେ ମୋତେ ଏବଂ ପ୍ରିୟଙ୍କାଙ୍କୁ ପରିବାର ସହିତ ସମୟ ବିତାଇ ଖୁବ ଭଲ ଲାଗିଲା । ଏହା କିଛି ସମୟ ପାଇଁ ଆମର ସମ୍ପର୍କ ବ୍ୟକ୍ତିଗତ ଥିଲା କିନ୍ତୁ ଏହାପରେ ଆମେ ଦୁନିଆକୁ ଏହି ବିଷୟରେ ଜଣାଇଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More