Only for Entertainment

ଭିଡିଓ; କାର୍ତ୍ତିକଙ୍କୁ ଗୋଟିଏ ପରେ ଗୋଟିଏ ମହିଳା କରିବାକୁ ଲାଗିଲେ କିସ !

21

କାର୍ତ୍ତିକ ଆର୍ୟନ ଚଳିତ ସମୟରେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରେ ଜଣେ । ଚଳିତ ସମୟରେ ନିଜ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱ’ର ସୁଟିଂରେ ବ୍ୟସ୍ତ ଅଛନ୍ତି କାର୍ତ୍ତିକ ଯେଉଁଥିରେ ତାଙ୍କ ସହ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର ମଧ୍ୟ ନଜର ଆସିବେ । କିଛି ସମୟ ପୁର୍ବେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା, ଯେଉଁଥିରେ ଦର୍ଶକଙ୍କ ପଜେଟିଭ ପ୍ରତିକ୍ରିୟା ମିଳିଥିଲା ।

ଟ୍ରେଲର ବ୍ୟତୀତ ଫିଲ୍ମର ଗୀତ ‘ଧିମେ ଧିମେ’ମଧ୍ୟ ରିଲିଜ ହୋଇଛି, ଯାହାକୁ ଖୁବ ପସନ୍ଦ କରାଯାଉଛି । ଏବେ ଏହି ଗୀତର ସୁଟିଂ ସମୟରେ ପରଦା ପଛର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓର ଗୀତର କାର୍ତ୍ତିକ ସହ ଥିବା ସମସ୍ତ ଡାନ୍ସର କାର୍ତ୍ତକଙ୍କୁ କିସ୍ କରୁଛନ୍ତି । ଅସଲରେ ଏହି ଗୀତ ଗୋଟିଏ ଟେକରେ ସୁଟ କରି ନେଇଥିଲେ ଏବଂ ଏହାପରେ ସମସ୍ତ ଝିଅ ସୁଟ ପୂରା ହେବା ପରେ ସେଠାରେ ଉପସ୍ଥିତ ସମସ୍ତ ଝିଅ ତାଙ୍କୁ ଆସି କିସ୍ କରିଥିଲେ ।

ଏଠାରେ କହି ରଖୁଛୁ ଯେ ମୁଦ୍ଦସର ଅଜୀଜଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ସଂଜୀବ କୁମାର, ବିଦ୍ୟା ସିହ୍ନା ଏବଂ ରଂଜୀତାଙ୍କ ଅରିଜିନାଲ ଫିଲ୍ମ ‘ପତି ପତ୍ନୀ ଔର ୱ’ର ରିମେକ ଅଟେ । ଏହା ଆସନ୍ତା ମାସ ୬ତାରିଖରେ ରିଲିଜ ହେବ । ଫିଲ୍ମରେ କାର୍ତ୍ତିକ ଆର୍ୟନଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା ଏବଂ ରାଜେଶ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More