Only for Entertainment

ବିଦ୍ୟୁତ ଜାମବାଲଙ୍କ ନୂଆ ବନ୍ଧୁ ବନିଲା ଛୁଆ ହାତୀ ମୁନବିମ !

24

ହାତୀ ଛୁଆକୁ ଅନେକ ସମୟରେ ତା’ ମା’ ସହ ଦେଖିବାକୁ ମିଳିଥାଏ । କିନ୍ତୁ ୧ମାସର ଛୁଆ ହାତୀ କିଛି ଭିନ୍ନ । ଏହା ଛୁଆ ହାତୀ ନିଜ ମା’ ଛାଇ ତଳୁ ଦୂରରେ ବିଦ୍ୟୁତ ଜାମବାଲଙ୍କ ଆଗାମୀ ଫ୍ୟାମିଲି ଆଡଭେଂଚର ଫିଲ୍ମ ‘ଜଙ୍ଗଲୀ’ ପାଇଁ ସୁଟିଂ କରୁଛି । ଫିଲ୍ମରେ ଏକ ଏଭଳି ସିନ ଥିଲା ଯେଉଁଥିରେ ବିଦ୍ୟୁତ ନିଜ ସାଥୀ ଭୋଲା ସହ ଖେଳୁଥିବା ସୁଟ ହୋଇଥାଆନ୍ତି । ସେହି ସମୟରେ ସୁଟିଂ ମଝିରେ ମୁନବୀମ ବଲ ନେଇ ଯାଇଥିଲା । ଏହାପରେ ବିଦ୍ୟୁତ ଏବଂ ଭୋଲା ସହ ଖେଳିବା ପାଇଁ ଜିଦ୍ଦି କରିଥିଲା । ଏକ ମଣିଷ ସଂସ୍ପର୍ଷରେ ଆସିବା ମୁନବିମଙ୍କ ପାଇଁ ପ୍ରଥମ ଥର ଥିଲା ।

ଏହି ଫିଲ୍ମ ପାଇଁ ଅଭିନେତା ସବୁବେଳେ ମାହୁତଙ୍କ ସହ ଟ୍ରେନିଂ ନିଅନ୍ତି , କାରଣ ସହଜରେ ହାତୀଙ୍କ ସହ କମ୍ୟୁନିକେଟ କରିପାରିବେ । ସେ କହିଛନ୍ତି ଯେ ମୁନବିମ ଏବେ ମଣିଷଙ୍କ ଭାଷା ବୁଝିବା ପାଇଁ ଖୁବ ଛୋଟ ଅଟେ , ଏହିକାରଣରୁ ବିଦ୍ୟୁତ ମୁନବିମଙ୍କ ମା’ଙ୍କ ସହ କମ୍ୟୁନିକେଟ କରିଥିଲେ । ଏହାପରେ ଧୀରେ ଧୀରେ ମୁନବିମ ମଧ୍ୟ ବିଦ୍ୟୁତଙ୍କ ଭାଷା ବୁଝିବାକୁ ଲାଗିଥିଲା । ଏହିକାରଣରୁ ମୁନବିମକୁ ବିଦ୍ୟୁତଙ୍କ ସହ ଖେଳିବା ପାଇଁ ମଜା ଲାଗୁଛି ।

ମୁନବିମ ପୂରା ଫିଲ୍ମର ଟିମ ର ସବୁଠାରୁ ଛୋଟ ସଦସ୍ୟ ଅଟେ । ବିଦ୍ୟୁତ ତାକୁ ଖୁସି କରାଇବା ପାଇଁ ଅଲଗା ପୁଲ ବନାଇବା ପାଇଁ କହିଛନ୍ତି । ବିଦ୍ୟୁତ କହିଛନ୍ତି ଯେ ମଣିଷଙ୍କ ଭଳି ହାତୀମାନଙ୍କର ଫ୍ୟାମିଲି ବଣ୍ଡିଂ ଖୁବ ମଜଭୂତ । ମୁନବିମଙ୍କ ବ୍ୟବହାର ଟିମ ଲୋକଙ୍କୁ ଖୁବ ପସନ୍ଦ । ଜଙ୍ଗଲି ସୁଟିଂରେ ସେ ଏଭଳି ଅନୁଭବ କରିଛନ୍ତି , ଯାହା ସହରରେ ସେ ଅନୁଭବ କରିନଥିଲେ ବୋଲି ବିଦ୍ୟୁତ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More