ଖାସ କାମ ପାଇଁ ବାହାରକୁ ଯିବା ସମୟରେ କ’ଣ କରିବା ଉଚିତ ।
ସୋମବାର ଘରୁ ବାହାରିବା ସମୟରେ ଆପଣ ଆଇନା ଦେଖି ବାହାରନ୍ତୁ। ଆପଣଙ୍କ କାମ ନିଶ୍ଚୟ ପୂରା ହେବ।
ମଙ୍ଗଳବାର ଘରୁ ବାହାରିଲା ବେଳେ ଗୁଡ଼ ଖାଇ ବାହାରନ୍ତୁ। ଗୁଡ଼ରେ ମଧୁରତା ଭରି ରହିବା ପରି ଆପଣଙ୍କ ଦିନ ମଧ୍ୟ ଭଲରେ କଟିବା ସହ ସଫଳତା ପାଇବେ।
ବୁଧବାର ଘରୁ ବାହାରକୁ ଗଲା ବେଳେ ଧନିଆ ଖାଇ ବାହାରନ୍ତୁ। ଆପଣଙ୍କ କାମ ନିଶ୍ଚୟ ପୂରା ହେବ।
ଗୁରୁବାର ଆପଣ ଧଳା ବସ୍ତ୍ର ପରିଧାନ କରନ୍ତୁ। ଏହା ସହ ଜିରା ଖାଇ ଘରୁ ବାହାରନ୍ତୁ । ଆପଣଙ୍କ ଦିନ ଭଲରେ କଟିବା ସହ କାର୍ଯ୍ୟରେ ସଫଳତା ପାଇବେ।
ଏହି ବାରରେ ଆପଣ ବାହାରକୁ ଗଲାବେଳେ ଦହି ଖାଇ ଯାଆନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ଦେବ।
ଶନିବାର ବାହାରକୁ ଯିବା ବେଳେ ଅଦା ଖାଇ ବାହାରନ୍ତୁ। ଆପଣଙ୍କ କାମରେ କୌଣସି ବାଧା ଆସିବ ନାହିଁ। ଆଉ ଆପଣ କାର୍ଯ୍ୟରେ ସଫଳତା ପାଇବେ।
ଯଦି ଆପଣ ରବିବାର କିଛି ଜରୁରୀ କାମରେ ବାହାରକୁ ଯାଉଛନ୍ତି, ତାହାଲେ ପାନ ଖାଇବାକୁ ଭୁଲନ୍ତୁ ନାହିଁ। ଆପଣଙ୍କ କାମ ପୁରା ହେବାରେ କୌଣସି ବାଧା ଆସିବ ନାହିଁ।