ଆଜି ବଲିଉଡର ଡିସ୍କୋ ଡାନ୍ସର ତଥା ଅଭିନେତା ମିଥୁନଙ୍କ ୬୬ତମ ଜନ୍ମ ଦିବସ । ମିଥୁନଙ୍କ ଅସଲ ନାଁ ହେଉଛି ଗୌରାଙ୍ଗ ଚକ୍ରବର୍ତ୍ତୀ । ଫିଲ୍ମକୁ ଆସିବା ପୂର୍ବରୁ ମିଥୁନ ଜଣେ ନକ୍ସଲ ଥିଲେ । ଏକ ଦୁର୍ଘଟଣାରେ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ମିଥୁନ ନିଜକୁ ନକ୍ସଲି ଆନ୍ଦୋଳନରୁ ଅଲଗା କରି ନେଇଥିଲେ ।
ଏହାପରେ ମିଥୁନ ୧୯୭୬ରେ ଫିଲ୍ମରେ ଏଂଟ୍ରି କରିଥିଲେ । ମିଥୁନ ପ୍ରଥମ ଫିଲ୍ମ ‘ମୃଗୟା’ ଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ମିଥୁନଙ୍କ ଫିଲ୍ମ କ୍ୟାରିଅର ଖୁବ ଶାନଦାର ଥିଲା କିନ୍ତୁ ଏହି ଫିଲ୍ମ କ୍ୟାରିଅର ପାଇଁ ତାଙ୍କ ପର୍ସନାଲ ଲାଇଫରେ ଅନେକ ଅସୁବିଧା ହୋଇଥିଲା ।
ମିଥୁନ ନକ୍ସଲି ହୋଇ ମଧ୍ୟ ଖୁବ ସ୍ମାର୍ଟ ଥିଲେ । ଫିଲ୍ମରେ ଆସିବା ପରେ ମିଥୁନଙ୍କ ନା କୋ-ଷ୍ଟାର ରଂଜିତା, ଯୋଗିତା ବାଲି, ସାରିକା ଏବଂ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା । ମାତ୍ର ଶ୍ରୀଦେବୀଙ୍କ ସହ ସମ୍ପର୍କ କିଛି ଅଲଗା ସ୍ତରରେ ପହଂଚିଥିଲା ।
ଶ୍ରୀଦେବୀଙ୍କ ପାଇଁ ମିଥୁନ ତାଙ୍କ ପତ୍ନୀକୁ ଧୋକା ଦେଇଥିଲେ । ମିଥୁନ ୧୯୭୯ରେ ୟୋଗିତା ବାଲିଙ୍କୁ ବିବାହ କରିଥିଲେ । ୧୯୮୪ରେ ‘ଜାଗ ଉଠା ଇଂଶାନ’ରେ ମିଥୁନ-ଶ୍ରୀଦେବୀ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର କରିଥିଲେ । ଏହି ଫିଲ୍ମର ସୁଟିଂ ସହ ଦୁହିଁଙ୍କ ଅଫେୟାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।
ମିଥୁନ ଏବଂ ଶ୍ରୀଦେବୀଙ୍କ ଭଲ ପାଇବା ଏଭଳି ସ୍ତରରେ ଯାଇ ପହଂଚିଥିଲା ଯେଉଁ କାରଣରୁ ଦୁହେଁ ଲୁଚି ଲୁଚି ବିବାହ ମଧ୍ୟ କରି ନେଇଥିଲେ । ଦୁହିଁଙ୍କ ବିବାହର କୌଣସି ପ୍ରମାଣ ନାହିଁ ମାତ୍ର ଉଇକିପିଡିଆ ଶ୍ରୀଦେବୀ- ମିଥୁନ ପତି-ପତ୍ନୀ ବୋଲି ଲେଖା ଅଛି । ଏହାପରେ ୧୯୯୬ରେ ବୋନିଙ୍କ ସହ ଶ୍ରୀଦେବୀ ବିବାହ କରି ନେଇଥିଲେ । ଖବର ମୁତାବକ ବିବାହ ପୂର୍ବରୁ ସେ ୫ମାସର ଗର୍ଭବତି ଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଜାହ୍ନବୀ ଜନ୍ମ ନେଲା ପରେ ଶ୍ରୀଦେବୀ ବିବାହର ଖୁଲାସା କରିଥିଲେ ।