Only for Entertainment

କାହିଁକି ପତି ସୈଫ ଅଲି ଖାନଙ୍କ ପାଇଁ ସପିଂ କରନ୍ତି ନାହିଁ କରୀନା?

India Today
45

ସୈଫ ଅଲି ଖାନ ଅନଲାଇନ ସପିଂ ୱେବସାଇଟ ମିନ୍ତ୍ରା ସହିତ ମିଶି ନିଜର ଏକ ଏଥନିକ ଫ୍ୟାଶନ ବ୍ରାଣ୍ଡ ‘ହାଉସ ଅଫ ପଟୌଦି’ ଲଂଚ କରିଛନ୍ତି । ସୈଫ କହିଛନ୍ତି ଏହା ଦ୍ୱାରା ସେ ତାଙ୍କ ପୁରୁଣା ସମୟକୁ ଲୋକଙ୍କ ନିକଟକୁ ପହଂଚାଇପାରିବେ ।ସେ କପଡ଼ାକୁ ନେଇ ନିଜ ପ୍ରେମ ଏବଂ କରୀନାଙ୍କ ଫ୍ୟାଶନ ଆଇକନ ହେବା କଥା କହିଛନ୍ତି ।

ସୈଫ ଏକ ଇଂଟରଭ୍ୟୁରେ କହିଛନ୍ତି ଯେ,ମୁଁ କପଡ଼ାକୁ ଭଲ ପାଏ ଏବଂ ଏହାକୁ ଠିକ ଭାବରେ ବୁଝିପାରେ । ମୁଁ ବୁଝିପାରୁଛିଯେ ବଜାରରେ ଏଥନକ କପଡ଼ାର ଅଭାବ ରହିଛି ।ତେଣୁ ସେ ଏହି ପଦକ୍ଷେପ ନେଇଛନ୍ତି ।

ଫ୍ୟାଶନ କ୍ଷେତ୍ରରେ ସେ ପତ୍ନୀ କାରୀନା କପୁରଙ୍କର ଖୁବ ପ୍ରଶଂସା କଲେ । ସେ କହିଲେଯେ କରୀନାକୁ ଫ୍ୟାଶନ କ୍ଷେତ୍ରରେ ଅଦଭୂତ ଜ୍ଞାନ ରହିଛି । ଯେତେବେଳେ ଏକାଠି ରହୁ ଇଭେଂଟରେ ପିନ୍ଧିବା ପାଇଁ କରୀନା ସାନଦାର ଡ୍ରେସ କିଣନ୍ତି ।ସେôତପାଇଁ ତ ସେ ଫ୍ୟାଶନ ଆଇକନ ।ତେବେ କରୀନା ସୈଫଙ୍କ ପାଇଁ ଡ୍ରେସ କିଣନ୍ତି ନାହିଁ । ସୈଫ ନିଜେ କିଣନ୍ତି । ତାଙ୍କ କହିବା ଅନୁସାରେ ଯଦିଓ ମହିଳାମାନେ ଭଲ ପସନ୍ଦ କରନ୍ତି,ତାହାର ଅର୍ଥ ନୁହେଁଯେ ସେ ପୁରୁଷଙ୍କ ପାଇଁ ମଧ୍ୟ ଠିକ ପସନ୍ଦ କରିପାରିବେ । ଏହା ମଧ୍ୟରେ ଖୁବ ପାର୍ଥକ୍ୟ ରହିଛି ।ତେଣୁ ଏହା ଖୁବ କଷ୍ଟକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More