Only for Entertainment

କସୌଟିର ରେଟିଂରେ ଆସିଲା ସୁଧାର, ଦର୍ଶକ ପସନ୍ଦ କରୁଛନ୍ତି ହିନାଙ୍କ କୋମୋଲିକା ଅବତାର ।

newsato
18

ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦଗୀ କି-୨’ରେ କୋମୋଲିକାର ଏଣ୍ଟ୍ରି ପରେ ଏହାର ଟିଆରପିରେ ସୁଧାର ଆସିଛି । ଶୋ’ରେ ହିନା ଖାନଙ୍କୁ କୋମୋଲିକା ଭୂମିକାରେ ନଜର ଆସିଛନ୍ତି । ହିନାଙ୍କ ଅଭିନୟକୁ ଲୋକେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ପୂର୍ବ ସିଜିନ ତୁଳନାରେ ଏହି ସିଜିନରେ କୋମୋଲିକାର ଚରିତ୍ରକୁ ଅଧିକ ବୋଲ୍ଡ ଏବଂ ଫ୍ୟାଶନେବୁଲ କରାଯାଇଛି ।

ଏହା ପୂର୍ବରୁ ହିନା ଟିଭି ଶୋ ୟେ ରିସ୍ତା କ୍ୟା କହଲାତା ହେ ଏବଂ ବିଗ ବସ-୧୧ ରେ ନଜର ଆସିଥିଲେ । ୟେ ରିସ୍ତା କ୍ୟା କହଲାତା ହେରେ ହିନା ଏକ ଆଦର୍ଶ ବୋହୂ ଭୂମିକାରେ ନଜର ଆସିଥିଲେ । କିନ୍ତୁ ବିଗ ବସରେ ତାଙ୍କର ଛବି ଟିକେ ନେଗେଟିଭ ହୋଇଯାଇଥିଲା । ଏହାପରେ ସେ କସୌଟିରେ ନେଗେଟିଭ ରୋଲରେ ନଜର ଆସିଛନ୍ତି ।

hina_thumb

କୋମୋଲିକାର ଚରିତ୍ରଙ୍କୁ ନେଇ ହିନା କହିଛନ୍ତି ଯେ, କୋମୋଲିକା ନିଜ ନଖରା ଏବଂ ଅନ୍ଦାଜ ପାଇଁ ପପୁଲାର । ଆମେ ପୂର୍ବ କୋମାଲିକା ଠାରୁ ଏହାକୁ ଭିନ୍ନ କରିବାକୁ ଚାହିଁଛୁ । କୋମୋଲିକା ଭିନ୍ନ ପ୍ରକାର ପୋଷାକ ପିନ୍ଧିଥାଏ ଏବଂ ତା’ର ଚାର୍ମ ଅନ୍ୟମାନଙ୍କ ଠାରୁ ଭିନ୍ନ । ହିନା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଶା କରୁଛି କୋମୋଲିକାର ଡ୍ରେସିଂ ଖୁବ ଶୀଘ୍ର ଷ୍ଟାଇଲ ଷ୍ଟେଟମେଣ୍ଟରେ ରହିବ । ଖାସ କରି ନୋଜ ରିଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More