Only for Entertainment

ଲାଉ ଦହି କୋରମା ପ୍ରସ୍ତୁତି ପ୍ରଣାଳୀ

Subbus Kitchen
65

ସାମଗ୍ରୀ :
୫୦୦  ଗ୍ରାମର  ଲାଉ , ୫୦  ଗ୍ରାମର  ବେସନ , ୨ ଟି  ଛୋଟଛୋଟ  କଟା  ପିଆଜ ,  ଫାଳେ  କୋରା  ନଡିଆ ,୬/୭  କୋଲା  ରସୁଣ , ୧ ଚାମଚ  ଜିରା , ୩/୪ଟା  କଞ୍ଚାଲଙ୍କା , ୧ କପ  ଦହି , ୧ଟା  ଟମାଟୋ , ଅଳ୍ପ  କଟା  ଧନିଆ  ପତ୍ର , ୧  ଚାମଚ  ଡାଲଚିନି  ଗୁଣ୍ଡ , ଚିମୁଟାଏ  ଗୁଜୁରାତି  ଗୁଣ୍ଡ  ,  ତେଲ  ଓ  ଲୁଣ  ସ୍ଵାଦାନୁସାରେ  ।

ପ୍ରସ୍ତୁତି ପ୍ରଣାଳୀ : 

ଲାଉର  ଚୋପା  ଛଡାଇ  କୋରି  ନିଅନ୍ତୁ  ।   ବେସନରେ  କୋରା  ଲାଉ , ଲୁଣ  ଓ  ଅଧା  କଟା  ପିଆଜ  ପକାଇ  ଭଲ  ଭାବେ  ମିଶାଇ  ଦିଅନ୍ତୁ  ।  ଏହି  ମିଶ୍ରଣକୁ  ନେଇ  ତେଲ  କଡେଇରେ  ଛୋଟଛୋଟ  ବଲ  ପ୍ରସ୍ତୁତ  କରନ୍ତୁ  ।  ଏବେ  କୋରା  ନଡିଆ , ଜିରା, ରସୁଣ  ଓ  କଞ୍ଚାଲଙ୍କା  ଏକାଠି  ମିଶାଇ  ପେଶି  ଦିଅନ୍ତୁ  ।  ଏକ  ପ୍ୟାନରେ  ତେଲ  ଗରମ  କରି  ବାକିଥିବା  ପିଆଜକୁ  ଭାଜି  ପରେ  ଟମାଟୋ  ପକାଇ  ଅଳ୍ପ  ସମୟ  ଭଜିବା  ପରେ   ପେଶା  ହୋଇଥିବା  ମସଲା  ମଧ୍ୟ  ପକାନ୍ତୁ  ।  ଏବେ  ଏଥିରେ  ଦହି , ଲୁଣ,  ପାଣି  ଓ  ଛଣା  ହୋଇଥିବା  ବଲକୁ  ଏକାଠି  ପକାନ୍ତୁ  ।  ଲାଉ  ଦହି  କୋରମା  ପ୍ରସ୍ତୁତ  ।  ଏବେ  ଏହା  ଉପରେ  କଟା   ଧନିଆ ,  ଡାଲଚିନି  ଗୁଣ୍ଡ , ଗୁଜୁରାତି  ଗୁଣ୍ଡ  ଓ  ଗୁଣ୍ଡ  ସେଓ  ପକାଇ  ସଜାଇ  ଦିଅନ୍ତୁ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More