Only for Entertainment

ମଥାରେ ତିଲକ ଲଗାଇଲା ପରେ କାହିଁକି ଲଗାଯାଏ ଚାଉଳ, ଜାଣନ୍ତୁ

jansatta
0 83

ହିନ୍ଦୁ ଧର୍ମରେ ଧାର୍ମିକ କାର୍ଯ୍ୟ ସମୟରେ ମଥାରେ ତିଳକ ଲଗାଯାଇଥାଏ । ତିଲକ ଲଗାଇଲା ପରେ ଏଥିରେ ଚାଉଳ ମଧ୍ୟ ଲଗାଯାଇଥାଏ । ଆପଣ ଜାଣନ୍ତି କି ତିଲକ ଲଗାଇଲା ପରେ କାହିଁକି ସେଥିରେ ଚାଉଳ କାହିଁକି ଲଗାଯାଏ । ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ତିଲକ ଲଗାଇଲା ପରେ ଚାଉଳ ଲଗାଇବା ପଛରେ ରହିଛି ବୈଜ୍ଞାନିକ କାରଣ । ତିଲକ ଲଗାଇବା ଦ୍ୱାରା ମସ୍ତିଷ୍କରେ ଶାନ୍ତି ଏବଂ ଶୀତଳତା ପ୍ରାପ୍ତ ହୋଇଥାଏ ଏବଂ ଏଥିରେ ଚାଉଳ ଲଗାଇବା ଦ୍ୱାରା ଶୁଦ୍ଧ ଓ ପବିତ୍ରତା ମିଳିଥାଏ । ହିନ୍ଦୁ ଧର୍ମରେ ଚାଉଳ ଶୁଦ୍ଧତାର ପ୍ରତୀକ ବୋଲି ମାନ୍ୟତା ରହିଛି । ଚାଉଳ ଶୁଦ୍ଧ ଅନ୍ନ ହୋଇଥିବାରୁ ଏହାକୁ ହୋମୋ ଯଜ୍ଞ ଆଦିରେ ଭଗବାନଙ୍କୁ ଅର୍ପଣ କରାଯାଇଥାଏ ।

ଚାଉଳ ସକରାତ୍ମକତାର ପ୍ରତୀକ ଅଟେ । କୁହାଯାଏ ଯେ ଧାର୍ମିକ ଅନୁଷ୍ଠାନରେ ଚାଉଳର ପ୍ରୟୋଗ ଦ୍ୱାରା ସକରାତ୍ମକ ଶକ୍ତି ମିଳିଥାଏ । ପୂଜାରେ ତିଲକ ଲଗାଇଲା ପରେ ଚାଉଳ ଦାନା ଲଗାଯାଇଥାଏ କାରଣ ଏହା ଲଗାଇବା ଦ୍ୱାରା ଆଖପାଖରେ ଥିବା ନକରାତ୍ମକ ଶକ୍ତି ସକରାତ୍ମକ ଶକ୍ତିରେ ରୂପାନ୍ତରିତ ହୋଇଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More