Only for Entertainment

ଆପଣ ଜାଣନ୍ତି କି ପୁଅମାନେ କାହିଁକି ସହଜରେ ଝିଅଙ୍କୁ ଆଇ ଲଭ ୟୁ କୁହନ୍ତି ନାହିଁ ?

popsugar
121

ଅସୁବିଧା ହେଲେ ଅନେକ ପୁଅ ନିଜ ପାର୍ଟନର ପ୍ରତି ଭଲ ପାଇବା ସହଜରେ ଜାହିର କରନ୍ତି ନାହିଁ ଏବଂ ଝିଅ ମାନଙ୍କୁ ସବୁବେଳେ ଅଭିଯୋଗ ଥାଏ ଯେ ତାଙ୍କ ପାର୍ଟନର କାହିଁକି ଆଉ ଆଗ ଭଳି ଭଲପାଉନାହିଁ । ଝିଅମାନଙ୍କ କହିବା ମୁତାବକ ସେମାନେ ଯେତେଥର ତାଙ୍କ ପାର୍ଟନରକୁ ଆଇ ଲଭ ୟୁ କହିବେ , ସେତେଥର ତାଙ୍କ ପାର୍ଟନର ବି ତାଙ୍କୁ ଆଇ ଲଭ ୟୁ କହୁ । ଏଭଳି ନହେଲେ ସମ୍ପର୍କରେ ଦୂରତା ଆସିଯାଇଥାଏ ବୋଲି ଝିଅ ମାନେ ମାନନ୍ତି । କେହି କେହି ଭାବନ୍ତି ବାର ବାର କହିଲେ ପ୍ରେମର ଗଭୀରତା କମିଯାଏ ।

ଏକ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ନିଜ ଭଲ ପାଇବାକୁ ପ୍ରକାଶ କରିବାକୁ ପୁଅମାନେ  ଝିଅଙ୍କ ଠାରୁ ଖୁବ ପଛରେ ।

ସେମାନେ କେୟାର କରନ୍ତି ମାତ୍ର ପ୍ରକାଶ କରିପାରନ୍ତିନି । ଏହି ଅଭ୍ୟାସ କାରଣରୁ ସମ୍ପର୍କରେ ଦୂରତା ଆସିଥାଏ । ଅବଶ୍ୟ ସବୁ ସମ୍ପର୍କରେ ଏଭଳି ହୋଇନଥାଏ। ଆପଣ ଏଠାରେ ଜାଣି ରଖିବା ଉଚିତ ପୁଅ ମାନେ ବାରବାର ଆଇ ଲଭ ୟୁ କହିବାକୁ ଲାଜ କରନ୍ତି ଏବଂ ସେ ନିଜ ଭଲ ପାଇବାକୁ ସହଜରେ ପରିପ୍ରକାଶ କରିପାରନ୍ତି ନାହିଁ ।

କିନ୍ତୁ ଅନେକ ପୁରୁଷ ନିଜ ବ୍ୟକ୍ତିଗତ ଜୀବନରେ ଅନେକ ସମୟରେ ଲୋକଙ୍କ ଗହଣରେ ଥାନ୍ତି ଯେଉଁ କାରଣରୁ ସେ ନିଜ ଫିଲିଙ୍ଗ ନିଜ ପାଖେ ରଖନ୍ତି କାହା ଆଗେ ଦେଖାନ୍ତିନାହିଁ । ଏହିକାରଣ ରୁ ସେ ବାରବାର ଆଈ ଲଭ ୟୁ କହିବାକୁ ପସନ୍ଦ କରନ୍ତି ନାହିଁ କି ଜରୁରୀ ଭାବନ୍ତି ନାହିଁ । ଏହି କାରଣରୁ ଝିଅ ମାନଙ୍କୁ ଏଥିରେ ସନ୍ଦେହ ଆସିଥାଏ ଏବଂ ଭାବନ୍ତି ଯେ ଭଲ ପାଇବା କମିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More