Only for Entertainment

ଫିଲ୍ମ ପରେ ରାଜନୀତିରେ ଏଣ୍ଟ୍ରି କରିବେ କି ସଲମାଲ ଖାନଙ୍କ ଭିଣୋଇ ?

firstpost
0 26

ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ଫିଲ୍ମ ‘ଲଭରାତ୍ରୀ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଆୟୁଷ ହିମାଚଳ ପ୍ରଦେଶର ରାଜନୈତିକ ପରିବାରରୁ ଆସିଛନ୍ତି । ଆୟୁଷଙ୍କ ଜେଜେ ପଣ୍ଡିତ ଶୁଖରାମ ହିମାଚଳ ପ୍ରଦେଶର କଂଗ୍ରେସର ଜଣେ ବଡ ନେତା ଏବଂ ତାଙ୍କ ପିତା ଅନିଲ ଶର୍ମା ମଧ୍ୟ ପଲିଟିକ୍ସ ସହିତ ଜଡିତ । ଏକ ଇଣ୍ଟରଭ୍ୟୁରେ ରାଜନୀତିକୁ ଆସିବାର ପ୍ରଶ୍ନ କରାଯିବାରୁ ସେ କଣ କହଲେ ଆସନ୍ତୁ ଜାଣିବା ।

ଆୟୁଷ ଏହାର ଉତ୍ତରରେ କହିଥିଲେ, ମୋତେ ରାଜନୈତିକ ଭାବେ ଜଣା ଦେଶ ଦୁନିଆରେ କଣ ହେଉଛି କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ ନାହିଁ । ମୁଁ ଏପରି ପ୍ରଫେଶନକୁ ଯିବାକୁ ଚାହୁଁନି ଯେଉଁଛି ଜଣେ ଲୋକଙ୍କ ପାଇଁ କାମ କରେ କିନ୍ତୁ ଏଥରେ ଅସଫଳ ରୁହେ । ସେଥିପାଇଁ ମୁଁ ପଲିଟିକ୍ସ ଠାରୁ ଦୂରେଇ ରହିବାକୁ ଚାହେଁ । ହୋଇପାରେ ମୁଁ ଭବିଷ୍ୟତରେ ପଲିଟିକ୍ସକୁ ଆସିପାରେ କିନ୍ତୁ ଏବେ ମୋର ସେପରି କିଛି ଯୋଜନା ନାହିଁ ।

aayush-sharma-0a

ଏହା ସହିତ ଆୟୁଷ କହିଥିଲେ ‘ମୋର ରାଜନୈତିକ ପରିବାରରେ ଜନ୍ମ । ଏହାର ପରିବେଶ ମୋତେ ଭଲ ଲାଗେ ନାହିଁ । ମୁଁ ଦିଲ୍ଲୀରେ ପଢିଛି ଏବଂ ମୋ ପରିବାର ହିମାଚଳରେ ରୁହନ୍ତି । ପରିବାର ସହିତ ବେଶୀ ଦେଖା ମଧ୍ୟ ହୁଏ ନାହିଁ । ଯେତେବେଳେ ବି ଦେଖାହୁଏ ଖାଇବା ଟେବୁଲରେ ମଧ୍ୟ ପଲିଟିକ୍ସ ବିଷୟରେ ଆଲୋଚନା ହୋଇଥାଏ ।’

ଆପଣଙ୍କୁ କହିରଖୁଛୁ ଯେ, ଆୟୁଷଙ୍କ ଡେବ୍ୟୁ ଫିଲ୍ମ ‘ଲଭରାତ୍ରୀ’ ୫ ଅକ୍ଟୋବରରେ ରିଲିଜ ହେବ । ସଲମାନ ଖାନ ଏହାରୁ ପ୍ରଡ୍ୟୁସ କରୁଥିବା ବେଳେ ଏହାର ନିର୍ଦ୍ଦେଶକ ଅଛନ୍ତି ଅଭିରାଜ ମିନାବାଲା । ଫିଲ୍ମରେ ଆୟୁଷ ଜଣେ ଗରବା ଟିଚର ଭୂମିକାରେ ନଜର ଆସିବେ । ତାଙ୍କ ଅପୋଜିଟରେ ବାରିନା ହୁସେନ ନଜର ଆସିବେ । ଏହା ମଧ୍ୟ ବାରିନାଙ୍କର ଡେବ୍ୟୁ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More