Only for Entertainment

ଜୋରରେ ହସିବା ମହିଳାଙ୍କୁ ପଡିଲା ମହଙ୍ଗା, ପାଟରୁ ଖସିଲା ଥୋଡି !

ndtv
80

ଚୀନର ଏକ ଅଜବ ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଘଟଣା ବିଷୟରେ ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଜୋରରେ ହସିବାରୁ ତାଙ୍କ ଥୋଡି ବାହାରକୁ ବାହାରି ଆସିଥିଲା । ଏହି ଘଟଣାଟି ଘଟିଛି ଚୀନର ଗୁଆଙ୍ଗଡୋଙ୍ଗ ଅଞ୍ଚଳର ଗୁଆଙ୍ଗହୁ ଦକ୍ଷିଣ ରେଳ ଷ୍ଟେସନର ଏକ ଟ୍ରେନରେ ।

ଗତ କିଛିଦିନ ତଳେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା କୌଣସି କଥାକୁ ନେଇ ଏତେ ଜୋରରେ ହସିଲେ ଯେ, ତାଙ୍କ ଥୋଡି ବାହାରିପଡିଥିଲା । କିନ୍ତୁ ତାଙ୍କ ଭାଗ୍ୟ ଭଲ ଯେ, ଟ୍ରେନରେ ସେହି ସମୟରେ ଏକ ଡାକ୍ତର ଉପସ୍ଥିତ ଥିଲେ । ଯିଏ କି ଉକ୍ତ ମହିଳାଙ୍କର ତୁରନ୍ତ ଚିକିତ୍ସା କରିଥିଲେ ।

ଉକ୍ତ ଡାକ୍ତର ଜଣକ କହିଛନ୍ତି ଯେ, ଏହି ଘଟଣା ବିଷୟରେ ଶୁଣିବା ପରେ ମୁଁ ଉକ୍ତ ମହିଳାଙ୍କ ଚିକିତ୍ସା କରିବା ପାଇଁ ତୁରନ୍ତ ତାଙ୍କ ନିକଟକୁ ଧାଇଁଥିଲି । ସେଠାରେ ପହଞ୍ଚି ଦେଖିଲି ଯେ, ସେତବେଳେ ମହିଳା ଜଣକ କିଛି କହିପାରୁ ନଥିଲେ ଏବଂ ତାଙ୍କ ମୁହଁ ଖୋଲା ଥିଲା ଓ ମୁହଁରୁ ଲାଳ ବାହାରୁ ଥିଲା । ଡାକ୍ତରଙ୍କୁ ପ୍ରଥମେ ଜଣା ପଡିନଥିଲା କି କ’ଣ ହୋଇଛି । ଡାକ୍ତରଙ୍କୁ ଲାଗୁଥିଲା କି ତାଙ୍କର ବାତ ବାହାରିଛି ବୋଲି । କିନ୍ତୁ ତାଙ୍କ ବ୍ଲଡପ୍ରେସର ଚେକ୍ କରିବା ପରେ ଏବଂ କିଛି ପ୍ରଶ୍ନ ପଚାରିବା ପରେ ଜଣା ପଡିଲା କି, ତାଙ୍କର ଥୋଡି ବାହାରିଯାଇଛି । ଡାକ୍ତର ବହୁ ଚେଷ୍ଟା କରିବା ପରେ ବଡ କଷ୍ଟରେ ତାଙ୍କୁ ଠିକ୍ କରିଥିଲେ ଓ ମହିଳାଙ୍କ ଥୋଡିକୁ ଯଥା ସ୍ଥାନରେ ରଖିବାରେ ସଫଳ ହୋଇଥିଲେ ।

ଉକ୍ତ ମହିଳା ଜଣକ କହିଥିଲେ କି ଆଗରୁ ମଧ୍ୟ ତାଙ୍କର ଏପରି ହୋଇସାରିଛି । ଯେତବେଳେ ସେ ଗର୍ଭବତୀ ଥିଲେ ବାନ୍ତି କରିବା ସମୟରେ ତାଙ୍କ ଥୋଡି ଖସିଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More