ଇଲେକ୍ଟିକ କାର ନେଇ ପେଟ୍ରୋଲ ପମ୍ପରେ ପହଂଚିଲେ ମହିଳା, ଟ୍ୟାଙ୍କ ଖୋଜିବା ପାଇଁ କଲେ ଏଭଳି !
ୟୁଟ୍ୟୁବ ଏବଂ ଫେସବୁକରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାଦେଖି ସବୁ ହସି ହସି ଗଡିଯାଉଛନ୍ତି । ଜଣେ ମହିଳା ଇଲେକ୍ଟ୍ରିକ କାର ଧରି ପହଂଚିଛନ୍ତି ପେଟ୍ରୋଲ ପମ୍ପ । ତାପରେ ଯାହା ହୋଇଛି ଦେଖନ୍ତୁ ଭିଡିଓ –
ଅସଲରେ ମହିଳା ଜଣକ ଗାଡିରୁ ଓହ୍ଲାଇ ତେଲ ପକାଇବା ପାଇଁ କାର ଟାଙ୍କି ଖୋଜିବାକୁ ଲାଗିପଡିଛନ୍ତି । ଏହି ଭିଡିଓ ତାଙ୍କ ପଛରେ ଥିବା ଆଉ ଏକ ଗାଡି ନେଇଛନ୍ତି ଏବଂ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହାପରେ ଅନେକ ସମୟ ଧରି ସେ ଏହିପରି ଖୋଜିବା ଦେଖି ସେଠାରେ ଉପସ୍ଥିତ ଏକ ବ୍ୟକ୍ତି ଜଣକ ଯାଇ ଗାଡି ବିଷୟରେ ବୁଝାଇବାରୁ ମହିଳା ଜଣକ ଗାଡି ନେଇ ସେଠାରେ ଚାଲି ଯାଇଥିଲେ ।
ଏହି ଭିଡିଓ କେବେର ଏବଂ କେଉଁଠିକାର ଏହା ଜଣା ପଡିନାହିଁ । କିନ୍ତୁ ଏହାକୁ ଯୁଟ୍ୟୁବରେ ୧୬ଡିସେମ୍ବରରେ ଅପଲୋଡ କରାଯାଇଥିଲା ଯାହାକୁ ଏବେ ପର୍ଯ୍ୟନ୍ତ ୯ଲକ୍ଷ ଭ୍ୟୁୟର୍ସ ଦେଖି ସାରିଲେଣି ।