ମୋଦି କହୁଥିଲେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ, ପାକିସ୍ତାନୀ ଆଙ୍କର ବୁଝିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ, ଦେଖନ୍ତୁ ଭିଡିଓ
‘ଭାରତୀୟ ଜନତା ପାର୍ଟି ପରିବାରର ପ୍ରତ୍ୟେକ ପ୍ରତ୍ୟେକ ସାଥୀ କୋଟି କୋଟି ଅଭିନନ୍ଦନର ହକ୍ଦାର ଅଟନ୍ତି’; (ଭାରତୀୟ ଜନତା ପାର୍ଟି କେ ପରିବାର କା ପ୍ରତ୍ୟେକ ପ୍ରତ୍ୟେକ ସାଥୀ କୋଟି କୋଟି ଅଭିନନ୍ଦନ କା ହକ୍ଦାର ହୈ)। ସଦ୍ୟ ସମାପ୍ତ ୨୦୧୯ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଅଦ୍ଭୂତପୂର୍ବ ସଫଳତା ହାସଲ କଲାପରେ ନୂତନ ନେତା ନିର୍ବାଚନ ପାଇଁ ଗତ ଶନିବାର ଦିନ ସଂସଦର ସେଣ୍ଟ୍ରଲ ହଲ୍ରେ ଏନ୍ଡିଏର ନବ ନିର୍ବାଚିତ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବସମ୍ମତ୍ତି କ୍ରମେ ଦ୍ୱିତୀୟ ପାଳି ପାଇଁ ଏନ୍ଡିଏର ନେତା ରୂପେ ନିର୍ବାଚିତ ହୋଇଥିଲେ। ତେବେ, ଏନ୍ଡିଏର ସର୍ବମାନ୍ୟ ନେତା ରୂପେ ନିର୍ବାଚିତ ହେବା ପରେ ନିଜର ଦ୍ୱିତୀୟ ପାଳିର ଆରମ୍ଭ ପୂର୍ବରୁ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ହଲରେ ଉପସ୍ଥିତ ଥିବା ନବ ନିର୍ବାଚିତ ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ।
ହେଲେ, ବିଡ଼ମ୍ବନା ହେଲା ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ ‘ଆରି ନ୍ୟୁଜ୍’ ନରେନ୍ଦ୍ର ମୋଦି ତାଙ୍କ ଉଦ୍ବୋଧନରେ ଉଚ୍ଚାରିତ କରିଥିବା ‘ଅଭିନନ୍ଦନ’ ଶବ୍ଦଟିର ଭୁଲ୍ ବାଖ୍ୟା କରି ପକାଇଥିଲା। ‘ଆରି ନ୍ୟୁଜ୍’ ଚ୍ୟାନେଲର ଆଙ୍କର ‘ଅଭିନନ୍ଦନ’କୁ ଧରି ନେଇଥିଲେ ‘ଅଭିନନ୍ଦନ ବର୍ତ୍ତମାନ’ ବୋଲି। ଏବଂ କହିଥିଲେ, ନିର୍ବାଚନରେ ବିପୁଳ ବିଜୟ ପରେ ବି ‘ଅଭିନ୍ଦନ’ଙ୍କୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି! ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ସମସ୍ତ ଶ୍ରେୟ ‘ଅଭିନନ୍ଦନ ବର୍ତ୍ତମାନ’ଙ୍କୁ ଦେଇଛନ୍ତି! ଯିଏକି ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ହାତରେ ଯୁଦ୍ଧବନ୍ଦୀ ହୋଇଥିଲେ ।
Dear @ARYNEWSOFFICIAL, Hindi word ‘Abhinandan’ means congratulations or to greet. So ‘Abhinandan’ always won’t mean Wing Commander Abhinandan.
If nothing else, look at the context of Modi’s speech. Sensationalise karne k liyay bhi aqal chaiye.. ??♀️pic.twitter.com/pgwcpOucla
— Naila Inayat नायला इनायत (@nailainayat) May 25, 2019
ଆରି ନ୍ୟୁଜ୍ ଚ୍ୟାନେଲ ଆଙ୍କରଙ୍କ ଏ ଭୁଲ୍କୁ ସଚେତନ ଦର୍ଶକ ଧରିନେବା ପରେ ଏହାର କଟୁ ସମାଲୋଚନା କରିଛନ୍ତି ଏବଂ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି।