Only for Entertainment

୬ଦିନରେ ୧୦୦ମିଲିଅନ ରେକର୍ଡ ଅତିକ୍ରମ କଲା ଅକ୍ଷୟ କୁମାରଙ୍କ ପ୍ରଥମ ମ୍ୟୁଜିକ ଭିଡିଓ !

21

ପ୍ରଥମ ମ୍ୟୁଜିକ ଭିଡିଓରୁ ହିଁ ନୂଆ ରେର୍କଡ ସୃଷ୍ଟି କରିଛନ୍ତି ଅଭିନେତା ଅକ୍ଷୟ କୁମାର । ଅକ୍ଷୟଙ୍କ ଅଭିନୀତ ନୂଆ ଗୀତ ଫିଲହାଲ ହିଟ ସାବ୍ୟସ୍ତ ହେବା ସହ କେବଳ ୬ଦିନରେ ୧୦୦ ମିଲିୟନ ୟୁଜର୍ସ ଏହାକୁ ଦେଖି ସାରିଲେଣି । ଅକ୍ଷୟଙ୍କ ଫିଲ୍ମ ପରି ମ୍ୟୁଜିକ ଭିଡିଓକୁ ମଧ୍ୟ ଦର୍ଶକ ସେତିକି ଭଲପାଇବା ଦେଇଛନ୍ତି । ମ୍ୟୁଜିକ ଭିଡିଓରେ ନୂଆ ଚେହେରା ତଥା ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନଙ୍କ ସହ ଯୋଡି ଜମେଇଛନ୍ତି ଅକ୍ଷୟ । କେବଳ ସୋସିଆଲ ମିଡିଆ ଫଲୋର ନୁହଁନ୍ତି ସେଲିବ୍ରେଟିମାନେ ମଧ୍ୟ ଗୀତ ଫିଲହାଲକୁ ବେଶ ପସନ୍ଦ କରିବା ସହ ନିଜ ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରୁଛନ୍ତି ।

ଅକ୍ଷୟଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ନିକଟରେ ହାଉସଫୁଲ୪’ରେ ନଜର ଆସିଥିଲେ । ଯାହା ବକ୍ସଅଫିସରେ ଧମାଲ ମଚାଇଥିଲା । ସେହିପରି ଶାନଦାର କାହାଣୀ,ବେମିସାଲ ଆକ୍ସନ ସହ ପ୍ରସ୍ତୁତ ହେଉଛି ସୂର୍ଯ୍ୟବଂଶୀ । ଆସନ୍ତାବର୍ଷ ମାର୍ଚ୍ଚ ୨୭ରେ ରିଲିଜ ହେବ ଏହି ଆକ୍ସନ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More