Only for Entertainment

କେବିସିରେ ଲଟେରୀ ଜିତିବା ପାଇଁ ଆସିଲା ମିଛ କଲ୍, ୧୫ ବର୍ଷର ପୁଅ ଠାରୁ ୩ ଲକ୍ଷର ଠକେଇ !

Jagoinvestor
51

ଲଟେରୀ ଜିତିବାର ମିଛ କଲ୍ ଏବଂ ମେସେଜ ଜରିଆରେ ଠକେଇ ଏବେ ଖୁବ ବଢିବାରେ ଲାଗିଛି । ଗତ କିଛି ଦିନରୁ ଅଜଣା ନମ୍ବରରୁ କଲ ଆସି ପଇସା କଟିଯାଉଥିବା ଦେଖିବାକୁ ମିଳିଛି । ନିକଟରେ ଦେଖିବାକୁ ମିଳିଥିଲା ଯେ ଜଣେ ମହିଳା ଗୁଗଲରୁ ଏକ ମଦ ଦୋକାନର ନମ୍ବର ପାଇ କଲ କରିଥିଲେ । ଫୋନ କରିବା ପରେ ତାଙ୍କ ଆକାଉଣ୍ଟରୁ ପଇସା କଟିଯାଇଥିଲା । ବଢୁଥିବା ଠକେଇକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲଗାତାର ଲୋକଙ୍କୁ ସତର୍କ କରାଉଛି । କିନ୍ତୁ ଏହା ପରେ ମଧ୍ୟ ଲୋକେ ସହଜରେ ଧୋକା ଖାଇଯାଉଛନ୍ତି । ମିଛ କଲ ଏବଂ ଠକେଇକୁ ନେଇ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଅସଲରେ ବିହାର ଦରଭଙ୍ଗାରୁ ନାଲାସୋପାରା ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଯୁବକଙ୍କ ପାଖକୁ କେବିସିରେ ଲଟେରୀ ଲାଗିବାର ଏକ ମିଛ କଲ ଆସିଥାଲା ଏବଂ ୨୫ ଲକ୍ଷ ଲେଟରୀ ଜିତି ଯାଇଛ ବୋଲି କୁହାଯାଇଥିଲା । ଏହି ପଇସା ନେବା ପାଇଁ ତାକୁ ୨୦ ହଜାର ଟଙ୍କା ପ୍ରୋସେସିଙ୍ଗ ଫିସ ଖାତାରେ ଜମା କରିବା ପାଇଁ କଲରେ କୁହାଯାଏ । ପୁଅଟି ମା’ ସାମ୍ନାରେ ଜିଦି କରି ୨୦ ହଜାର ଟଙ୍କା ଜମା କରାଇଥିଲା ।

ପଇସା ଜମା କରିବା ପରେ ୧୫ ବର୍ଷର ମନୀଷ ଝାଙ୍କ ପାଖକୁ ସେହି ନମ୍ବରରୁ ଆଉ ଥରେ କଲ ଆସେ ଏବଂ ୨.୮ ଲକ୍ଷ ଜମା କରିବା ପାଇଁ କୁହାଯାଏ । ପୁଅଟି ପୁଣି ନିଜ ମା’କୁ ରାଜି କରାଇ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ୨.୮ ଲକ୍ଷ ଜମା କରିଥିଲା ।

ଏକମାସ ପର୍ଯ୍ୟନ୍ତ କ୍ୟାସ ପ୍ରାଇଜର ଅପେକ୍ଷା କରିବା ପରେ ପୁଅଟି ସେହି ନମ୍ବରକୁ କଲ କରିବାରୁ ସେହି ନମ୍ବର ଲାଗି ନଥିଲା । ଏହା ପରେ ପୁଅ ଏବଂ ମା’ ଜାଣିପାରିଥିଲେ ତାଙ୍କ ସହିତ ଧୋକା ହୋଇଛି । ପରେ ଦୁହେଁ ନାଲାସୋପାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରେସ କରି ଏହି ଘଟଣାର ଜାଂଚ ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More