Only for Entertainment

କୁକୁରର ସୋସିଆଲ ଆକାଉଣ୍ଟରେ ୩୫ ହଜାର ପ୍ରେମୀ !

The Times Now
0 42

ଲୋକଙ୍କ ଚିନ୍ତାଧାରା ସହ ସେମାନଙ୍କର ଜାବନଯାପନଶୈଳୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆଜିର ସମୟରେ ଲୋକ ନିଜର ପୋଷ୍ୟଜନ୍ତୁଙ୍କ ଲାଳନପାଳନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାରେ ମନ ଉଣା କରୁନାହାନ୍ତି । ଏପରିକି ଭାରତୀୟ ଲୋକ ମଧ୍ୟ ଏହି ଶୈଳୀକୁ ଆପଣାଇ ନେଇଛନ୍ତି ।

ନିକଟରେ ବିଗ୍ ବସ-୮ର ଲୋକପ୍ରିୟ ତଥା ଚର୍ଚ୍ଚିତ କଳାକାର କିଶୋର ମର୍ଚେଣ୍ଟ ଓ ସୁୟଶ ରାୟ ନିଜ ପ୍ରିୟ କୁକୁରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଦୁହେଁ ନିଜ ପ୍ରିୟ କୁକୁରର ନାମ ‘ବଟୁକନାଥ ରାୟ’ ରଖିଥିବା ବେଳେ ତାହା ନାମରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଛନ୍ତି । ଏଥିରେ ପ୍ରେମୀଙ୍କ ସଂଖ୍ୟା ୩୫ ହଜାରରୁ ଅଧିକ ଥିବାବେଳେ ନିୟମିତ ଭାବେ କୁକୁରର ବିଭିନ୍ନ ଫଟୋ ଏଥିରେ ଅପଲୋଡ ହୋଇଥାଏ ।

kishore

ଏଇ କିଛିଦିନ ତଳେ କୁକୁର ବଟୁକନାଥର ଜନ୍ମଦିନ ମାଲିକ କିଶୋର ଏବଂ ସୁୟଶ ଧୁମଧାମରେ ପାଳନ କରିଥିଲେ । ସେମାନଙ୍କ ସିନେବନ୍ଧୁଙ୍କୁ ମଧ୍ୟ ଏହି ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରିତ ବନ୍ଧୁମାନେ ନିଜନିଜ ପୋଷାକୁକୁର ସହ ପାର୍ଟିକୁ ଆସିଥିଲେ । ଗତ କିଛିବର୍ଷ ମଧ୍ୟରେ ବଲିଉଡ କଳାକାର ଓ ଟେଲିଭିଜନ କଳାକାରଙ୍କ ମଧ୍ୟରେ କୁକୁର ପାଳିବାର ସଉକ ବଢିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More