ବଡ଼ ବଡ଼ ବୈଜ୍ଞାନିକ ହେଲେ ଫେଲ, ଆଜି ମଧ୍ୟ ରହସ୍ୟମୟୀ ହୋଇ ରହିଛି ଏହି ଶିବ ମନ୍ଦିର ।
ଦେଶରେ ଏଭଳି କିଛି ଶିବ ମନ୍ଦର ରହିଛି ଯାହା ନିଜର ଭବ୍ୟତା ପାଇଁ ପ୍ରସିଦ୍ଧ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗୁମ୍ଫା ବିଷୟରେ କହିବୁ ଯାହା ଖୁବ ରହସ୍ୟମୟୀ । ବିହାରର ରୋହତାଶ ଜିଲ୍ଲାର ଗୁପ୍ତେଶ୍ୱର ଧାମ ଗୁମ୍ଫା ସ୍ଥିତ ଶିବଲିଙ୍ଗଙ୍କ ମହିମା ବିଷୟରେ ବହୁ ପ୍ରାଚୀନ କାଳରୁ ଶୁଣିବାକୁ ମିଳୁଛି । ପୌରାଣିକ କଥା ଅନୁସାରେ ଭଗବାନ ଶିବ ଏବଂ ଭସ୍ମାଷୁର ସହିତ ଜଡ଼ିତ ଏକ କଥା ରହିଛି । ଐତିହାସିକ ଗୁପ୍ତେଶ୍ୱରନାଥ ମନ୍ଦିରର ଏହି ଗୁମ୍ଫା ଆଜି ମଧ୍ୟ ରହସ୍ୟମୟୀ ହୋଇ ରହିଛି ।
ଏହି ସ୍ଥାନ ଶ୍ରଦ୍ଧାଳୁଙ୍କର ଖୁବ ପସନ୍ଦ । ଏଠାରେ ବକ୍ସରରେ ଗଙ୍ଗାଜଳ ନେଇ ଶିବଲିଙ୍ଗ ଉପରେ ଚଢାଇବାର ପରମ୍ପରା ରହିଛି । ଏହାର ପ୍ରାଚୀନତା ବିଷୟରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ଏହାର ଆକୃତିକୁ ଦେଖି ଆଜି ମଧ୍ୟ କହି ହେଉନାହିଁ ଯେ ଏହା ପ୍ରାକୃତିକ ନା ମଣିଷ କୃତ ।
ଗୁମ୍ଫାରେ ଖୁବ ଅନ୍ଧାର ହୋଇଥାଏ । ଏହା ମଧ୍ୟକୁ ବିନା ଆଲୋକ ନେଇ ଯାଇ ହେବ ନାହିଁ । ପାହାଡ଼ ସ୍ଥିତ ଏହି ଗୁମ୍ଫାର ଦ୍ୱାର ୧୮ ଫୁଟ ଏବଂ ଉଂଚା ୧୨ ଫୁଟ । ଗୁମ୍ଫା ମଧ୍ୟକୁ ପ୍ରାୟ ୩୬୩ ଫୁଟ ଭିତରକୁ ଯିବାପରେ ଏକ ବଡ଼ ଖାଲ ରହିଛି । ସେଠାରେ ବର୍ଷ ସାରା ଜଳ ରହିଥାଏ । ଶ୍ରଦ୍ଧାଳୁ ଏହି ସ୍ଥାନକୁ ପାତାଳ ଗଙ୍ଗା ବୋଲି କୁହନ୍ତି ।
ଗୁମ୍ଫା ମଧ୍ୟରେ ପ୍ରାଚୀନ କାଳର ଦୁର୍ଲଭ ଚିତ୍ର ଦେଖିବାକୁ ମିଳିଥାଏ । ଗୁମ୍ଫା ମଧ୍ୟରେ ଥିବା ପ୍ରାକୃତିକ ଶିବଲିଙ୍ଗ ଉପରେ ସର୍ବଦା ଉପରୁ ଜଳ ପଡ଼ିଥାଏ । ଏହି ଜଳକୁ ଶ୍ରଦ୍ଧାଳୁ ପ୍ରସାଦ ଭାବରେ ଗ୍ରହଣ କରିଥାନ୍ତି । ଏହି ସ୍ଥାନରେ ଶ୍ରାବଣ ମାସ ବ୍ୟତୀତ ସରସ୍ୱତୀ ପୂଜା ଏବଂ ମହାଶିବରାତ୍ରୀ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।
କିମ୍ବଦନ୍ତୀ ଅନୁସାରେ କୈଳାଶ ପର୍ବତରେ ବିଦ୍ୟମାନ ଭଗବାନ ଶିବ ଭସ୍ମାସୁରର ତପସ୍ୟାରେ ଖୁସି ହୋଇଥିଲେ ଏବଂ ଭସ୍ମାସୁରକୁ ବର ଦେଇଥିଲେଯେ ସେ ଯାହା ମୁଣ୍ଡରେ ହାତ ରଖିବ ସେ ଭସ୍ମ ହୋଇଯିବ ।ଭସ୍ମାଷୁର ମା ପାର୍ବତୀଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ଭଗବାନ ଶିବଙ୍କ ନିକଟରେ ସେହି ବରକୁ ପ୍ରୟୋଗ କରିବାକୁ ଚାହିଁଲା । ଏହାପରେ ସେ ଭଗବାନ ଶିବଙ୍କ ମୁଣ୍ଡ ଉପରେ ହାତ ରଖିବାକୁ ଗୋଡ଼ାଇଲା । ଶିବ ସେଠାରୁ ଦୌଡ଼ି ଯାଇ ଏହି ଗୁମ୍ଫା ମଧ୍ୟରେ ଲୁଚିଥିଲେ ବୋଲି ବିଶ୍ୱାସ ରହିଛି ।
ଭଗବାନ ଶିବଙ୍କୁ ଏହି ଅବସ୍ଥାକୁ ଦେଖି ପାରିଲେ ନାହିଁ ପ୍ରଭୁ ବିଷ୍ଣୁ । ସେ ମୋହିନୀ ରୂପ ଧାରଣ କରି ଭସ୍ମାଷୁରକୁ ନାଶ କଲେ । ଏହାପରେ ଗୁମ୍ଫାରେ ଲୁଚିଥିବା ଭୋଳାନାଥ ବାହାରକୁ ଆସିଲେ । ଜଣେ ଇଂରାଜୀ ବିଦ୍ୱାନଙ୍କ ଟିପ୍ପଣୀ ଅନୁସାରେ ଗୁମ୍ଫା ଅଧା ଜଳି ଯାଇଥିବାର ପ୍ରମାଣ ଆଜି ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଶ୍ରାବଣ ମାସରେ ଏଠାକୁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ ।