Only for Entertainment

ସାମୁହିକ ବିବାହରେ ଅକ୍ଷୟ କୁମାର ୧୦୦ ବଧୂଙ୍କୁ ଦେଲେ ୧ ଲକ୍ଷ ଲେଖାଏଁ ଟଙ୍କା

bollywood tadka
44

ବଲିଉଡ ଅଭିନେତା ଅକ୍ଷୟ କୁମାର ସର୍ବଦା ଲୋକଙ୍କୁ ସାହଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ନିକଟରେ ସେ ପୁଲୱାମା ଆତଙ୍କି ଆକରମଣରେ ସହିଦ ହୋଇ ଥିବା ପରିବାରଙ୍କୁ ସାହାଯ୍ୟ କରିଥିଲେ । ଏବେ ପରଲୀ ସହରରେ ହୋଇଥିବା ସାମୁହିକ ବିବାହ ଉତ୍ସବରେ ଯୋଗ ଦେଇ ୧୦୦ କନ୍ୟାଙ୍କୁ ଏକ ଏକ ଲକ୍ଷ ଟଙ୍କା ଦେଇଥିଲେ ।

କହିରଖୁଛୁ ଯେ, ବିଜେପି ଲିଡର ପଙ୍କଜ ମୁଣ୍ଡେ ପରଲୀ ସହରରେ ଏକ ସାମୁହିକ ବିବାହର ଆୟୋଜନ କରିଥିଲେ । ଯେଉଁଠି ୧୦୦ ଗରିବ ଯୋଡିଙ୍କର ବିବାହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଏବଂ ଏମପି ପ୍ରିତମ ମୁଣ୍ଡେ ମଧ୍ୟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମର ଫଟୋ ମୁଖ୍ୟମନ୍ତ୍ରୀ ଦେବେନ୍ଦର ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ।

pic 3 ଫଟୋ ସେୟାର କରି ସେ ଯୋଗଦାନ ପାଇଁ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ ଲେଖିଛନ୍ତି , ନବବିବାହିତଙ୍କୁ ଏକ ଏକ ଲକ୍ଷ ଦେଇଥିବାରୁ ମୁଁ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଉଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଅକ୍ଷୟ ଖୁବ ଶୀଘ୍ର ଫିଲ୍ମ କେଶରୀରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ପରିଣୀତି ଚୋପ୍ରା ନଜର ଆସିବେ । ଏହା ବ୍ୟତିତ ସେ କରୀନା କପୁରଙ୍କ ସହିତ ଫିଲ୍ମ ‘ଗୁଡ ନ୍ୟୁଜ’ରେ ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ଏବେ ଜୋର ସୋରରେ ଚାଲିଚି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More