Only for Entertainment

ପିଆଜ ଇୟରିଙ୍ଗସ କରୀନାଙ୍କୁ ପସନ୍ଦ ନଆସିବାରୁ ପତ୍ନୀ ଟ୍ୱିଙ୍କଲଙ୍କ ପାଇଁ ନେଇ ଆସିଲେ ଅକ୍ଷୟ କୁମାର

bollywood tadka
45

ସାରା ଦେଶରେ ପିଆଜକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଅକ୍ଷୟ କୁମାର କିଛି ଏଭଳି କରିଛନ୍ତି ଯାହା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । କାରଣ ଅଧିକାଂଶ ସମୟରେ ଦେଖିବାକୁ ମିଳେ ସେଲିବ୍ରେଟୀମାନେ ସାଧାରଣ ଲୋକଙ୍କ ସମସ୍ୟାକୁ ସୋସିଆଲ ମିଡିଆରେ ଚର୍ଚ୍ଚା କରିଥାନ୍ତି । ସେହିଭଳି ପିଆଜକୁ ନେଇ ମଧ୍ୟ ଅକ୍ଷୟ କୁମାରଙ୍କ ନିଆରା ଅନ୍ଦାଜ ସାମ୍ନାକୁ ଆସିଛି ।

ବାସ୍ତବରେ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଏକ ପିଆଜ ତିଆରି କାନଫୁଲ ନଜର ଆସିଛି । ଏହି ଫଟୋକୁ ଶେୟାର କରି ଟ୍ୱିଙ୍କଲ ଲେଖିଛନ୍ତିଯେ, ମୋ ପାର୍ଟନର ଏହାକୁ କପିଲ ଶର୍ମା’ଙ୍କ ଶୋ’ରୁ ଫେରିବା ସମୟରେ ଆଣିଛନ୍ତି । ଏହା ସେ କରୀନାଙ୍କ ପାଇଁ ଆଣିଥିଲେ, କିନ୍ତୁ ତାଙ୍କୁ ପସନ୍ଦ ଆସିଲା ନାହିଁ । କିନ୍ତୁ ମୁଁ ଭାବୁଛି ଏହି ଛୋଟ ଜିନିଷଟି ଆପଣ ମାନଙ୍କୁ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More