Only for Entertainment

ମାଇକେଲ ଜ୍ୟାକସନଙ୍କ ଭଳି ଡାନ୍ସ କରୁଛନ୍ତି ଏହି ଟିକଟକ୍ ଷ୍ଟାର, ବିଗ ବି ଫ୍ୟାନ ହେବା ପରେ ରେମୋ ନେଲେ କିଛି ଏଭଳି ନିଷ୍ପତ୍ତି !

111

ବଲିଉଡର ବେଷ୍ଟ ଡାନ୍ସର ବିଷୟରେ କହିବାକୁ ଗଲେ ପ୍ରଭୁ ଦେବା, ହ୍ରିତିକ ରୋଶନ, ଟାଇଗର ଶ୍ରଫ,ରେମୋ ଡିସୁଜାଙ୍କ ଭଳି କିଛି ନାଁ ମୁହଁରେ ସବୁଠାରୁ ଆଗେ ଆସେ । କିଛି ଦିନ ହେବ ଟିକଟକ୍ରେ ଡାନ୍ସ ପରଫର୍ମ କରି ସୋସିଆଲ ମିଡିଆରେ ଚହଳ ପକାଇଥିବା ଟିକଟକ ଷ୍ଟାର ୟୁବରାଜ ସିଂ । ନିଜ ଡାନ୍ସରେ ସେ ମାଇକେଲ ଜାକସନଙ୍କ ସ୍ମୃତି ପକାଇ ଦେଉଛନ୍ତି ।

ଟିକଟକରେ ଏହି ଡାନ୍ସରଙ୍କ ଫ୍ୟାନ୍ ଲକ୍ଷ ଲକ୍ଷ ସଂଖ୍ୟାରେ ଅଛନ୍ତି କିନ୍ତୁ ଚର୍ଚ୍ଚାରେ ସେ ଏବେ ଏହି କାରଣରୁ ଅଛନ୍ତି କାରଣ ସେ ନିଜ ପରଫର୍ମାନ୍ସରେ ବଲିଉଡ ବିଗ ବି ଅମିତାଭ ବଚ୍ଚନଙ୍କ ମନ ଜିତି ନେଇଛନ୍ତି । ଅମିତାଭ ବଚ୍ଚନ ୟୁବରାଜ ସିଂଙ୍କ ଏହି ଭିଡିଓ ଶେୟାର କରି କ୍ୟାପସନ ଲେଖିଛନ୍ତି ଯେ ୱାଉ’, ଯାହା ଉପରେ ୟୁଜର୍ସ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରି ପ୍ରଭୁଦେବା ଏବଂ ହ୍ରିତିକଙ୍କୁ ଟ୍ୟାଗ କରାଯାଇଥିଲା ଏବଂ ଲେଖା ଯାଇଥିଲା ‘ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ଏହି ଟିକଟକ ଡାନ୍ସରଙ୍କୁ ଫେମସ କରିବା ପାଇଁ ଅନୁରୋଧ କରିଛନ୍ତି ବିଗ ବି ।

ଏହାପରେ ଫିଲ୍ମ ମେକର ଅନୁଭବ ସିହ୍ନା ରେମୋ ଡିସୁଜାଙ୍କୁ ଟ୍ୟାଗ କରି ଏହି ଭିଡିଓରେ ରିଟ୍ୱିଟ କରିଛନ୍ତି ଏବଂ କହିଛନ୍ତି ଦେଖା କ୍ୟା?
ରେମୋ ମଧ୍ୟ ଏହି ଭିଡିଓକୁ ଦେଖି ନିଜେ ଇମ୍ପ୍ରେସ ହେବାରୁ ନିଜକୁ ରୋକି ପାରି ନାହାନ୍ତି । ସେ ରିଟ୍ୱିଟ କରି ଲେଖିଛନ୍ତି ‘ଭୈୟା ଅଗଲି ଫିଲ୍ମ’ । ତେବେ ଏଠାରେ କନଫର୍ମ ଯେ ରେମୋ ଖୁବଶୀଘ୍ର ତାଙ୍କୁ ଫିଲ୍ମରେ ମଉକା ଦେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More