ବୟସର ଅପରାହ୍ନରେ ଥକି ଗଲେଣି ବିଗ୍ ବି, କାମ କରିବାକୁ ଇଛା ଥିଲେ ମଧ୍ୟ ସମୟ ସାଥ୍ ଦେଉନାହିଁ, ପଢନ୍ତୁ ଅମିତାଭଙ୍କ ଆବେଗଭରା ଟ୍ୱିଟ୍
ଅମିତାଭ ବଚ୍ଚନ ୭୭ବର୍ଷରେ ପାଦ ଦେଇ ମଧ୍ୟ ସଫଳତାର ସହ ଏବେ ବି କାମ କରି ଚାଲିଛନ୍ତି। ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ସେ ଏବେ କାମ କରୁଛନ୍ତି। ତେବେ ଏତେ ବର୍ଷ ଧରି ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବେଳେ ଏବେ ବିଗ୍ ବି ଅଭିନୟରୁ ଅବସର ନେବା ପାଇଁ ଚାହୁଛନ୍ତି। ୫୦ ବର୍ଷ ଧରି ଅଭିନୟ କରି ଆସୁଥିବା ବିଗ୍ ବି ନିଜ ବ୍ଲଗରେ ଅବସର ନେବା ବିଷୟରେ ଜଣାଇଛନ୍ତି।
ଶରୀର ଏବେ କାମ କରିବାର ଅନୁମତି ଦେଉ ନାହିଁ। ଯେତେବେଳେ ଆପଣଙ୍କ ମସ୍ତିଷ୍କ ଅନୁସାରେ ଆପଣଙ୍କ ଆଙ୍ଗୁଠି ଚାଲିବା ବନ୍ଦ କରିଦିଏ, ସେତେବେଳେ ଏକ ବଡ଼ ସନ୍ଦେଶ ମିିଳିଯାଏ। ଏଭଳି ହେଲେ ଏବେ କାମରୁ ଅବସର ନେବାର ସମୟ ଆସିଯାଇଛି ବୋଲି ଜାଣିନେବା ଦରକାର। ମୋତେ ବି ଏବେ ଅବସର ନେଇଯିବା ଦରକାର ବୋଲି ଲେଖିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ।
ସୂଚନା ମୁତାବକ, ବିଗ୍ ବି ଏବେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ପାଇଁ ମନାଲିରେ ଯାଇ ପହଞ୍ଚିଛନ୍ତି। ୧୨ଘଣ୍ଟା କାରରେ ଯାତ୍ରା କରିବା ମନାଲିରେ ପହଞ୍ଚିବା ପରେ ସେ ଏଭଳିି ଲେଖିଥିବା ଜଣା ପଡ଼ିଛି।