Only for Entertainment

ଆନନ୍ଦ ମହିନ୍ଦ୍ରାଙ୍କ ପତ୍ନୀ ମାଗିଲେ ଖାଇବା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ, ମିଳିଲା ଏଭଳି ଜବାବ !

126

ବିଜନେସ ଟାୟକୁନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାଆନ୍ତି । ସେ ଏଭଳି ଟ୍ୱିଟ କରନ୍ତି ଯାହା କିଛି କ୍ଷଣ ମଧ୍ୟରେ ଭାଇରାଲ ହୋଇଯାଏ । ସେହିଭଳି ରବିବାର ଦିନ ସେ ଏଭଳି ଏକ ଟ୍ୱିଟ କରିଥିଲେ ଯାହାକୁ ପଢି ୟୁଜର୍ସ ହସି ହସି ଲୋଟପାଟ ହୋଇଯାଇଥିଲେ ।ଆନନ୍ଦ ମହିନ୍ଦ୍ରାଙ୍କ ପତ୍ନୀ ତାଙ୍କୁ ବର୍ଷାରେ ଖାଇବା ପ୍ରସ୍ତୁତି କରିବା ପାଇଁ ସାହାଯ୍ୟ ମାଗିଥିଲେ, ଯାହା ପରେ ସେ ପ୍ରତିକ୍ରିୟାରେ ଏଭଳି କହିଥିଲେ । ଯାହାକୁ ଦେଖି ଆପଣ ମଧ୍ୟ ହସିବେ ।

ମାଇକ୍ରୋବ୍ଲଗିଂ ୱେବସାଇଟ ଟ୍ୱିଟରରେ ସେ ଏକ ଫଟୋ ପୋଷ୍ଟ କରି କ୍ୟାପଶନରେ ଲେଖିଛନ୍ତି ଯେ ୱିକେଣ୍ଡରେ ବର୍ଷା ହେଉଥିଲା ଏବଂ ସେ ଘରେ ଥିଲେ । ତାଙ୍କ ପତ୍ନୀ ଭଲ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ସାହାଯ୍ୟ ମାଗିଥିଲେ ।

ଯାହାର ଆନନ୍ଦ ମହିନ୍ଦ୍ରା ଜବାବ ରଖିଥିଲେ ଏବଂ ଏହି ଫଟୋ ପଠାଇ ଦେଇଥିଲେ । କହିଥିଲେ ଯେ ସେ ଏଭଳି କାମ କରନ୍ତି । ଯଦି ତମେ ଚାହୁଁଛ ଏଭଳି କାମ ହେଉ ତେବେ ମୁଁ ପ୍ରସ୍ତୁତ ଅଛି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଆଇରନରେ ରୋଟି ବନାଉଛି । ଏବେ ପର୍ଯ୍ୟନ୍ତ ଏହି ଟ୍ୱିଟକୁ ୧୮ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି ଏବଂ ଅନେକ କମେଂଟ ମଧ୍ୟ ଆସି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More