ଜାଆଁଳା ଶିଶୁଙ୍କ ପିତା ବନିଲେ ହଲିଉଡ ସିଂଗର ଏନରିକ
ହଲିଉଡର ପ୍ରସିଦ୍ଧ ରୋମାଂଟିକ ଗାୟକ ଏନରିକ ଇଗ୍ଲେସିସ ଜାଆଁଳା ଶିଶୁଙ୍କର ବାପା ହୋଇଛନ୍ତି । ତାଙ୍କର ପ୍ରେମିକା ତଥା ପୂର୍ବ ଟେନିସ ତାରକା ଏନା କୋର୍ନିକୋବା ଜାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି । ୱେବସାଇଟ “ଅସମେଗଜିନ ଡଟ କମ୍”ମୁତାବକ , ଏହି ଶିଶୁ ଶନିବାର ଦିନ ମିଆମିରେ ଜନ୍ମ ଗ୍ରହଣ କରିଥିଲେ ।
ଏନରିକ ତାଙ୍କ ପୁଅ ନାଁ ନିକୋଲସ ଏବଂ ଝିଅ ନାଁ ଲୁସି ରଖିଛନ୍ତି । ଏନରିକ ଏବଂ ଏନା ତାଙ୍କ ଗର୍ଭାବସ୍ଥାକୁ ଗଣମାଧ୍ୟମ ଓ ଲୋକ ମାନଙ୍କ ଠାରୁ ଲୁଚାଇ ରଖିଥିଲେ । ସେ ତାଙ୍କ ଶିଶୁ ଜନ୍ମ ହେବା ଖବର ମଧ୍ୟ ଘୋଷଣା କରି ନଥିଲେ ।
୩ଟି ଫଟୋ ଇନଷ୍ଟାଗ୍ରାମରେ ଏନା ସେୟାର କରିଥିଲେ ଯାହାଦ୍ୱାରା ଏହି ଖବର ଜଣାପଡିଥିଲା । ଏହି ଯୋଡି ୨୦୦୧ରୁ ଦୁହିଁଙ୍କୁ ଡେଟ କରୁଥିଲେ ।