Only for Entertainment

ଏହି ଭୟଙ୍କର ସମସ୍ୟାରେ ଛନ୍ଦି ହୋଇଛନ୍ତି ଅନୁଷ୍କା, ଚିନ୍ତିତ ଅବସ୍ଥାରେ ଫିଜିଓଥେରାପି କ୍ଲିନିକ ବାହାରେ ହେଲେ ସ୍ପଟ !

126

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ଦିନ ହେବ ମୁମ୍ବାଇରେ ଅଛନ୍ତି । ନିକଟରେ ଏକ ଫିଜିଓଥେରାପି କ୍ଲିନିକ ବାହାରେ ସ୍ପଟ ହୋଇଛନ୍ତି । ଖବର ମୁତାବକ ତାଙ୍କ ଶରୀର ଅସୁସ୍ଥ ଅଛି ।

ଶୁଣିବାକୁ ମିଳିଛି ଯେ ତାଙ୍କର ବ୍ଲିଜିଂ ଡିସ୍କ ଭଳି ସମସ୍ୟା ରହିଛି, ଯାହାର ଚିକିତ୍ସା ହେଉଛି । ବ୍ଲିଜିଂ ଡିସ୍କ ଅଂଟା ସହ ଯୋଡି ହୋଇଥିବା ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ବେଶୀ ସମୟ ବସି ପାରନ୍ତି ନାହିଁ ।

ଖବର ମୁତାବକ ଅନୁଷ୍କାଙ୍କ ଏହି କଷ୍ଟ ପୁଣି ଥରେ ସାମ୍ନାକୁ ଆସିଛି । ଏହିକାରଣରୁ ଫିଜିଓଥେରାପି କ୍ଲିନିକ ପହଂଚି ଥିଲେ । ଅନୁଷ୍କା କଳା ରଂଗର ଟିସାର୍ଟ ଏବଂ ଏହାସହ ପ୍ୟାଂଟ ପିନ୍ଧିଥିଲେ । ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ଅନୁଷ୍କା, କିନ୍ତୁ ତାଙ୍କ ଚେହେରାରେ ଚିନ୍ତା ସ୍ପଷ୍ଟ ଜଣା ପଡିଥିଲା ।

କ୍ୟାମେରାକୁ କୌଣସି ପୋଜ ଦେଇ ନଥିଲେ ଅନୁଷ୍କା ଏବଂ ଗାଡିରୁ ବାହାରି ସିଧା କ୍ଲିନିକ ପଳାଇଥିଲେ  । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅନୁଷ୍କା ଶେଷ ଥର ‘ଜିରୋ’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ କିଙ୍ଗ ଖାନ । ଫିଲ୍ମରେ କ୍ୟାଟରୀନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ ଖାସ ଯାଦୁ କରି ପାରିନଥିଲା । ଜିରୋ ଫିଲ୍ମ ପରେ ଅନୁଷ୍କା ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ କରି ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More