Only for Entertainment

ସଲମାନ ଖାନଙ୍କ ଭଉଣୀ ଥିଲେ ଅର୍ଜୁନ କପୁରଙ୍କର ପ୍ରଥମ ଏବଂ ପ୍ରକୃତ ପ୍ରେମ ।

India
0 67

ବଲିଉଡରେ ଏପରି କିଛି ଲଭଷ୍ଟୋରୀ ରହିଛି ଯାହା ବିଷୟରେ ଲୋକେ ଖୁବ କମ ଜାଣିଥିବେ । ଆଜି ଆମେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରଥମ ପ୍ରେମ ବିଷୟରେ କହିବାକୁ ଯାଉଛୁ । ଅର୍ଜୁନ କପୁରଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଯୋଡା ଯାଇଛି । ତେବେ ଅର୍ଜୁନଙ୍କ ଗଲଫ୍ରେଣ୍ଡ ଲିଷ୍ଟରେ ଭାଇଜାନ ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କ ନାମ ମଧ୍ୟ ସାମିଲ ରହିଛି ।

ଦୁହିଁଙ୍କର ରିଲେସନସିପ ୨ ବର୍ଷ ଚାଲିବା ପରେ ବ୍ରେକଅପ ହୋଇଯାଇଥିଲା । ଦୁହିଁଙ୍କର ରିଲେସନସିପ ଅନେକ ସମୟରୁ ଭାଙ୍ଗିସାରିଛି । ଅର୍ପିତା ଆୟୁଷଙ୍କୁ ବିବାହ କରି ମା ମଧ୍ୟ ବନିସାରିଛନ୍ତି । ରିଲେସନରେ ଥିବା ବେଳେ ଅର୍ଜୁନ ସଲମାନ ଖାନଙ୍କୁ ଏହି ବିଷୟରେ କହିବା ପାଇଁ ଖୁବ ଡରୁଥିଲେ ।

arpita

୨୦୧୪ରେ ଏକ ଇଣ୍ଟରଭ୍ୟୁରେ ଅର୍ଜୁନ କହିଥିଲେ ମୋ ଜୀବନରେ ମୁଁ ଅର୍ପିତାଙ୍କ ସହିତ ପ୍ରଥମଥର ପାଇଁ ରିଲେସନସିପରେ ଥିଲି । ଆଉ ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ମୋର ପ୍ରଥମ ଏବଂ ସିରିୟସ ରିଲେସଲସିପ ଅର୍ପିତାଙ୍କ ସହିତ ଥିଲା । ମୁଁ ୧୮ ବର୍ଷର ଥିବା ବେଳେ ଅର୍ପିତାଙ୍କୁ ଡେଟ କରୁଥିଲି । ‘ମେନେ ପ୍ୟାର କ୍ୟୁଁ କିଆ’ ସେଟରୁ ଆମର ରିଲେସନସିପ ଆରମ୍ଭ ହୋଇଥିଲା । ଅର୍ଜୁନ ଏହା ମଧ୍ୟ କହିଛନ୍ତି ଅର୍ପିତା ନିଜ ତରଫରୁ ସମ୍ପର୍କ ଭାଙ୍ଗିଥିଲେ । ମୁଁ ସେତେବେଳେ ୧୪୦ କିଲୋ ଥିଲି ଏବଂ ମୁଁ ଜାଣିନଥିଲି ମୋ ଭବିଷ୍ୟତ କଣ ରହିବ ।

କହିରଖୁଛୁ ଯେ ସଲମାନ ଖାନଙ୍କ ସହିତ ଏବେ ଅର୍ଜୁନଙ୍କ ସମ୍ପର୍କ କିଛି ଭଲ ନାହିଁ । ଏହାର କାରଣ ହେଉଛନ୍ତି ମଲାଇକା । ସଲମାନଙ୍କ ମତରେ ଅର୍ଜୁନଙ୍କ ପାଇଁ ମଲାଇକା ଅରବାଜଙ୍କ ଠାରୁ ଦୂରେଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More