ଜୋତାର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।
ଜୋତାର ଏଭଳି ଦାମ ବିଷୟରେ ଶୁଣିବାକୁ ମିଳିଛି ଯାହାକୁ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ । ଯାହାର ମୂଲ୍ୟ ହେଉଛି ୨,୧୭,୮୦୦ ପାଉଣ୍ଡ । ହାତରେ ନିର୍ମିତ ଏହି ଜୋତାର ହାଇ ହିଲ ରହିଛି । ଯାହାର ଏକମାତ୍ର ଯୋଡ଼ି ତିଆରି କରାଯାଇଛି । ଏଥିରେ ୫୪ କ୍ୟାରେଟ ହୀରା ତଥା ୪୧୬.୨ କ୍ୟାରେଟର ଧଳା ସେଫାୟର ଲଗାଯାଇଛି । କେବଳ ଏତିକି ନୁହେଁ ଏହାର ସୋଲ ଉପରେ ସୁନା ତଥା ପ୍ଲାଟିନମର ପ୍ଲେଟିଙ୍ଗ କରାଯାଇଛି ।
ଏହି ଜୋତାକୁ ତିଆରି କରିବା ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଛି । କାରଣ ୩ଟି ଦେଶର ସ୍ୱର୍ଣ୍ଣ ବିଶେଷଜ୍ଞ ଏହି ମାଷ୍ଟର ପିସକୁ ତିଆରି କରିବା ପାଇଁ ଏକାଠି ହୋଇଥିଲେ । ନିଜ ଭଳି ବିଶ୍ୱରେ ପ୍ରଥମ ଯୋଡ଼ି ଯୁନାଇଟେଡ ଆରବ ଅମୀରାତ ର ଡିଜାଇନର ଜାଡା ଦୁବାଇର ରୟାଲ କଲେକ୍ସନର ଭାଗ ଅଟେ । ଜାଡା ଅନୁସାରେ ଏହି ଯୋଡ଼ି ରାଜକୁମାରୀ ଡାଏନା ତଥା ଗ୍ରେସ କେଲି ଠାରୁ ପ୍ରଭାବିତ ହୋଇଛି ।