Only for Entertainment

‘ଆଭେଞ୍ଜରର୍ସ : ଏଣ୍ଡଗେମ’ର ଦ୍ୱିତୀୟ ଟ୍ରେଲର ଜିତି ନେବ ଆପଣଙ୍କ ହୃଦୟ, ଥାନୋସକୁ ମାରିବା ପାଇଁ ପ୍ରସ୍ତୁତ ହେଲେ ସୁପରହିରୋ

GEEKS ON COFFEE
42

ଗୋଟିଏ ପଟେ ମାର୍ବଲ ଷ୍ଟୁଡିଓର ଫିଲ୍ମ ‘ଆଭେଞ୍ଜର୍ସ : ଏଣ୍ଡଗେମ’କୁ ନେଇ ପ୍ରତିଦିନ କିଛି ନା କିଛି କାହାଣୀ ଶୁଣିବାକୁ ମିଲୁଥିବା ବେଳେ ଅନ୍ୟପକ୍ଷରେ ମେକର୍ସ ଫିଲ୍ମର ଦ୍ୱିତୀୟ ଟିଜର ରିଲିଜ କରିଛନ୍ତି । ଆଜ୍ଞା ହିଁ, ‘ଆଭେଞ୍ଜରର୍ସ : ଏଣ୍ଡଗେମ’ର ନୂଆ ଟିଜରକୁ ମେକର୍ସ ଦ ଆଭେଞ୍ଜର୍ସର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆପଣ ଜାଣିଥିବେ ଯେ, ଗତ ବର୍ଷ ଫିଲ୍ମର ପ୍ରଥମ ଟିଜର ଆସିଥିଲା ଯେଉଁଥିରେ ‘ଆଭେଞ୍ଜରର୍ସ : ଏଣ୍ଡଗେମ’ର ସମସ୍ତ ସୁପରହିରୋଙ୍କୁ ଅଲଗା ଅଲଗା ସ୍ଥାନରେ ବଲୁଥିବାର ଦେଖିବାକୁ ମିଲିଥିଲା ।


କିନ୍ତୁ ଫିଲ୍ମର ନୂଆ ଟିଜରରେ ଦେଖିବାକୁ ମିଳିଛି ଯେ, ସବୁ ସୁପରହିରୋ ଥାନୋସକୁ ମାରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ୩୦ ସେକେଣ୍ଡର ଏହି ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ‘ଆଭେଞ୍ଜରର୍ସ : ଏଣ୍ଡଗେମ’ର ଏହି ନୂଆ ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟିଜରରେ କ୍ୟାପଟେନ ଆମେରିକା, ଥର, ବ୍ଲାକ ୱିଡୋ, ଆଣ୍ଟମ୍ୟାନ ଏବଂ ହାକଆଇଙ୍କ ପରି ସୁପରହିରୋ ନଦର ଆସିଛନ୍ତି । ଆନ୍ଥୋନୀ ଏବଂ ଜୋ ରସୋଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଆଭେଞ୍ଜରର୍ସ-୪’ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More